ବିଜେପି-ଶିବସେନା ମଧ୍ୟରେ ବିବାଦର ସମାଧାନ କରିବାକୁ ନାଗପୁରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ : ଗଡ଼କରୀ

ବିଜେପି-ଶିବସେନା ମଧ୍ୟରେ ବିବାଦର ସମାଧାନ କରିବାକୁ ନାଗପୁରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

image source--oneindia

ନାଗପୁର: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ବିଜେପି-ଶିବସେନା ମଧ୍ୟରେ ଟଣାଓଟରା ଜାରି ରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଏହାର ପୂର୍ଣ୍ଣଛେଦ ପକାଇ ସମାଧାନର ରାସ୍ତା ବାହାର କରିବାଲାଗି ଆଜି ନାଗପୁରରେ ପହଞ୍ଚିଛନ୍ତି। ନୀତିନ ଗଡ଼କରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁରରେ ଆରଏସଏଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ ।
ଏଣେ ନୀତିନ ଗଡ଼କରୀ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ନିଜେ ନୀତିନ ଗଡ଼କରୀ। ସେ କହିଛନ୍ତି ଯେ ଦେବେନ୍ଦ୍ର ଫଡ଼ନବିସ ହିଁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କର କେନ୍ଦ୍ରରୁ ଆସିବାକୁ ଇଚ୍ଛା ନାହିଁ ବୋଲି ବି ନୀତିନ ଗଡ଼କରୀ କହିଛନ୍ତି।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ନୀତିନ ଗଡ଼କରୀଙ୍କର ସୁସମ୍ପର୍କ ରହିଥିବାରୁ ଏବେ ଦୁଇ ଦଳର ସମାଧାନ କେବଳ ସେ କରିପାରିବେ ବୋଲି କୁହାଯାଉଛି।

publive-image image source-indiatoday

ସୂଚନାଯୋଗ୍ୟ, ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ମଧ୍ୟରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବିଜୟୀ ହୋଇଛନ୍ତି। ବିଜେପି – ଶିବସେନା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିଲେ ବି ଶିବସେନାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦାବି ହେବାପରେ ସେଠାରେ ସରକାର ଗଠନ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe