Image Courtesy of India.com
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ନୀତିଶ କହିଛନ୍ତି ଯେ ସେ ଆଖି ଚିକିତ୍ସା ପାଇଁ ଏଠାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ କୌଣସି ଯୋଜନା ନାହିଁ। ଆଉ ନୀତିଶ କୁମାର ପ୍ରଥମ ଥର ପାଇଁ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଚାଲିଥିବା ଦଳୀୟ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି | କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସମ୍ପର୍କରେ ନୀତିଶ କୁମାର କହିଛନ୍ତି ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ଭର କରିବ ଯେ ସେ କିପରି ଏବଂ କେତେବେଳେ କ୍ୟାବିନେଟ ସମ୍ପ୍ରସାରଣ କରିବେ |
ଲୋକ ଜନଶକ୍ତି ପାର୍ଟିରେ କନ୍ଦଳ ନେଇ ଚିରାଗଙ୍କ ଅଭିଯୋଗ ଉପରେ ନୀତିଶ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ଆମର କୌଣସି ଭୂମିକା ନାହିଁ ବୋଲି ନୀତିଶ କହିଛନ୍ତି। ସେ କହିଛନ୍ତି ଯେ ଏହା ଏଲଜେପିର ଭିତିରି ପ୍ରସଙ୍ଗ | କେହି ଜଣେ (ଚିରାଗ ପାସୱାନ୍) ନିଜର ପବ୍ଲିସିଟି ପାଇଁ ଅଭିଯୋଗ ହିଁ ଆଣନ୍ତି | ଏଲଜେପି ଦଳ ଭାଙ୍ଗିବା ତାଙ୍କ ଦଳର ଆଭ୍ୟନ୍ତରୀଣ ବିଷୟ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ଚିରାଗ ଟ୍ୱିଟରରେ ଏକ ଚିଠି ପ୍ରକାଶ କରିଛନ୍ତି। ଏଥିରେ ନୀତିଶଙ୍କୁ ଆକ୍ରମଣ କରୁଥିବାବେଳେ ଜେଡିୟୁ ଅତୀତରେ ଦଳ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି। ଚିରାଗ ଅଭିଯୋଗ କରିଛନ୍ତି ଯେ କେହି ଦଳିତ ରାଜନୀତିରେ ଆଗକୁ ବଢନ୍ତୁ ବୋଲି ନୀତିଶ ସହ୍ୟ କରିପାରନ୍ତି ନାହିଁ। ଚିରାଗ କହିଛନ୍ତି ଯେ ଦିନେ ଏମିତି ସମୟ ଥିଲା ଯେ ନୀତିଶ ମୋତେ ଏବଂ ମୋ ବାପାଙ୍କୁ (ରାମ ବିଳାସ ପାସୱାନ) ଅପମାନିତ କରିଥିଲେ।
Follow Us