ପ୍ରଫେଟଙ୍କୁ ନେଇ ନୂପୁରଙ୍କ ଟିପ୍ପଣୀ ପାଇଁ ବିପଦରେ ଭାରତ, ବଢ଼ୁଛି ସାଇବର ଆକ୍ରମଣ

ପ୍ରଫେଟଙ୍କୁ ନେଇ ନୂପୁରଙ୍କ ଟିପ୍ପଣୀ ପାଇଁ ବିପଦରେ ଭାରତ, ବଢ଼ୁଛି ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଟିଭି ବିତର୍କରେ ନିଜ ବୟାନ ଦେବା ପରେ ଏବେ ଦେଶରେ ହିଂସା ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ହିଂସା ଆରମ୍ଭ ହୋଇଥିବା ବେଳେ ନୂପୁର ଶର୍ମାଙ୍କ ଗିରଫ ଦାବି ଜୋର ଧଣିଛି। କିଛି ଦେଶ ମଧ୍ୟ ଭାରତୀୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ନୂପୁରଙ୍କ ଉପରେ ଭାରତ ଉପରେ ସାଇବର ଆକ୍ରମଣ ବଢ଼ୁଥିବା ସାମ୍ନାକୁ ଆସୁଛି।

ମାଲେସିଆସ୍ଥିତ ହ୍ୟାକଟିଭିଷ୍ଟ ଗୋଷ୍ଠୀ ଡ୍ରାଗନ୍ ଫୋର୍ସ ଭାରତ ସରକାରଙ୍କ ବିରୋଧରେ ଅନେକ ସାଇବର ଆକ୍ରମଣ ଆରମ୍ଭ କରିଥିବା ସାମ୍ନାକୁ ଆସିଛି। ଡ୍ରାଗନ୍ ଫୋର୍ସ ଟ୍ବିଟ କରି ଭାରତ ସରକାରଙ୍କ ବିରୋଧରେ ଷ୍ଟ୍ରାଇକ୍ ବ୍ୟାକ୍ ଅଭିଯାନ ଆରମ୍ଭ କରିଛି। ଏନେଇ ଟ୍ବିଟରରେ ଡ୍ରାଗନ୍ ଫୋର୍ସ ସବୁ ମୁସଲିମ ହ୍ୟାକରଙ୍କୁ ଏକାଠି ହେବାକୁ କହିଛି।

publive-image indiatoday

ସାଇବର ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଭାରତୀୟ ସଂସ୍ଥାଗୁଡ଼ିକ ଉପରେ ଏଭଳି ଆକ୍ରମଣର ତୀବ୍ରତା ଏବଂ ପରିମାଣ ଆଗକୁ ବୃଦ୍ଧି ପାଇବ। ଏନେଇ ସରକାର ଏବଂ ଉଦ୍ୟୋଗଗୁଡ଼ିକ ସେମାନଙ୍କର ଜରୁରୀ ସୂଚନା ବା କାଗଜପତ୍ରଗୁଡ଼ିକର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉଚିତ୍।

ବେଙ୍ଗାଲୁରୁ ସ୍ଥିତ ସାଇବର ସୁରକ୍ଷା ସଂସ୍ଥା କ୍ଲାଉଡ୍ ଏସଇକେ ଅନୁଯାୟୀ, ଏହି ସାଇବର ଆକ୍ରମଣର ମୂଳ ଲକ୍ଷ୍ୟ ଥିଲା ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କ ବିଷୟରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଭାରତ ସରକାରଙ୍କଠାରୁ ପ୍ରତିଶୋଧ ନେବା। ଖୁବ ଶୀଘ୍ର ସାଇବର ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe