ଆପଣ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି କି? ପ୍ରଶ୍ନ ଶୁଣୁ ଶୁଣୁ ଏଭଳି ଉତ୍ତର ଦେଲେ ନୀତୀଶ କୁମାର

Advertisment
ଆପଣ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି କି? ପ୍ରଶ୍ନ ଶୁଣୁ ଶୁଣୁ ଏଭଳି ଉତ୍ତର ଦେଲେ ନୀତୀଶ କୁମାର

ପଟନା: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଏହି ପଦ ପାଇଁ ଏନଡିଏ କାହାକୁ ପ୍ରାର୍ଥୀ କରିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁକୁ ନେଇ ଗଣମାଧ୍ୟମର ଅଧିକ ଆଲୋଚନା ଚାଲୁଥିବା ବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ନୀତୀଶ କୁମାର। ଏନେଇ ପ୍ରଶ୍ନ କରାଯିବା ପରେ ନୀତୀଶ କହିଛନ୍ତି ଯେ, ଏବେ ଏ ବିଷୟରେ କହିବା ଅସମ୍ଭବ। ଯେତେବେଳେ ହେବ ସେତେବେଳେ ସମସ୍ତେ ଜାଣିବ। ବର୍ତ୍ତମାନ ସୁଦ୍ଧା କିଏ ପ୍ରାର୍ଥୀ ହେବେ, କିଏ ପ୍ରାର୍ଥୀ ନହେବେ ସେନେଇ କୌଣସି ଆଲୋଚନା ହୋଇନାହିଁ।

ଯେତେବେଳେ ପ୍ରଶ୍ନ କରାଗଲା ଯେ, ବିହାରର ବିରୋଧୀ ଆପଣଙ୍କୁ ପ୍ରାର୍ଥୀ ବୋଲି ବିବେଚନା କରୁଛନ୍ତି, ସେତେବେଳେ ନୀତୀଶ କହିଥିଲେ ଯେ, କ୍ଷମା କରନ୍ତୁ। ଏବିଷୟରେ ମୋତେ କିଛି ପଚାରନ୍ତୁ ନାହିଁ। ମୁଁ ଉତ୍ତର ଦେବାକୁ ଚାହେଁ ନାହିଁ। ମୋତେ ମଝିକୁ ଆଣି ଏଭଳି ପ୍ରଶ୍ନ ପଚାର ନାହିଁ। ଏହା ପୂର୍ବରୁ ନୀତୀଶ ନୂପୁର ଶର୍ମାଙ୍କୁ ସମର୍ଥନ କରି ଚର୍ଚ୍ଚାକୁ ଆସିଥିଲେ।

ସେ କହିଥିଲେ ଯେ, ନୂପୁର ଶର୍ମାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହା ସତ୍ତ୍ବେ, ଯଦି ଏତେ ଗଣ୍ଡଗୋଳ ହେଉଛି ତେବେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଝଗଡା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଯେ‌ତେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବି ଝଗଡ଼ା କରିବାକୁ ଚାହୁଁଥିବା ଲୋକେ ଝଗଡ଼ା କରିବେ। ବିହାରରେ ନୂପୁରଙ୍କ ମନ୍ତବ୍ୟକୁ ନେଇ କେହି ବି ଏପର୍ଯ୍ୟନ୍ତ ଝଗଡ଼ା କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe