Nitish Kumar: ଦଶମ ଥର ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ: ସମ୍ରାଟ ଚୌଧାରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ

ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ) ସୁପ୍ରିମୋ ନୀତୀଶ କୁମାର ଆଜି ରେକର୍ଡ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ପାଟନାର ଗାନ୍ଧୀ ମଇଦାନରେ ଆ‌‌ୟୋଜିତ ଉତ୍ସବରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ, ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

nitish kumar
ପାଟନା: ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ) ସୁପ୍ରିମୋ ନୀତୀଶ କୁମାର ଆଜି ରେକର୍ଡ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ପାଟନାର ଗାନ୍ଧୀ ମଇଦାନରେ ଆ‌‌ୟୋଜିତ ଉତ୍ସବରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ, ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ବିଜେପି ନେତା ସମ୍ରାଟ ଚୌଧାରୀ ଓ ବିଜୟ ସିହ୍ନା ଦ୍ବିତୀୟ ଥର ପାଇଁ ନୀତୀଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉଭୟଙ୍କୁ ମିଶାଇ ମୋଟ ୨୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। 
୨୬ ମନ୍ତ୍ରୀଙ୍କ ଶପଥ ଗ୍ରହଣ
ବିଜେପିର ୧୪, ଜେଡିୟୁର ୮ ମନ୍ତ୍ରୀ
ବରିଷ୍ଠ ବିଜେପି ନେତା ମଙ୍ଗଳ ପାଣ୍ଡେ, ନୀତିନ ନବୀନ ଓ ରାମ କୃପାଳ ଯାଦବଙ୍କ ସମେତ ମୋଟ ୧୪ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଜେଡିୟୁର ଲେଶି ସିଂହ, ଶ୍ରବଣ କୁମାର, ବିଜେନ୍ଦ୍ର ପ୍ରସାଦ ଯାଦବ, ଜମା ଖାନ୍‌, ‌ଅଶୋକ ଚୌଧାରୀଙ୍କ ସମେତ ୮ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ୨ ଜଣ ଏଲ୍‌ଜେପି (ଆର୍‌ଭି) ଏବଂ ହାମ୍‌ (ଏସ୍‌) ଏବଂ ଆର୍‌ଏଲ୍‌ଏମରୁ ଜଣେ ଲେଖାଏଁ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 
ମୋଟ୍‌ ୯ ଜଣ ନୂଆ‌ ଚେହେରାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଛି।  ନୀତୀଶଙ୍କ କ୍ୟାବିନେଟ୍‌ରେ କେବଳ ଜଣେ ମୁସଲମାନ ସଦସ୍ୟ ଅଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିଓଙ୍କ ସମେତ ଏନ୍‌ଡିଏର ଅନେକ ଶୀର୍ଷ ନେତା ଯୋଗ ଦେଇଥିଲେ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe