ନୀତୀଶ ବିବାଦ : ନେତା ନିର୍ବ‌ାଚନ ରବିବାରକୁ ଘୁଞ୍ଚିଲା

Advertisment
ନୂଆ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚନା ପାଇଁ ଶାହ ମତେ କଲ୍‌ କରିଥିଲେ: ନୀତୀଶ

New Indian Express

ପାଟନା : ବିହାରରେ ଏନ୍‌ଡିଏ ବିଜୟୀ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଜେଡୁୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ‌ପଦ ସମ୍ଭାଳିବେ। କିନ୍ତୁ ବିଧାନସଭା ନିର୍ବାଚନରେ ଜେଡିୟୁର ଖରାପ ପ୍ରଦର୍ଶନ ‌ପରେ ପରିସ୍ଥିତି ବଦଳିଯାଇଛି। ନିଜ ଦଳର ଖରାପ ସ୍ଥିତି ଯୋଗୁଁ ନୀତୀଶ ମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସେ କୁଆଡ଼େ ପ୍ରସ୍ତାବ ଦେଇଥିବା କୁହାଯାଉଛି। କିନ୍ତୁ ଏହି ପଦ ପାଇଁ ତାଙ୍କ ଉପରେ ବିଜେପି ମଧ୍ୟ ଚାପ ପକାଉଛି। ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ପୁଣି ଦୋହରାଇଛି। ତେବେ ଏଥିପାଇଁ ନୀତୀଶ ଯେଉଁ ସର୍ତ ରଖିଛନ୍ତି ତାହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି କାରଣରୁ ଆଜି ‌ଏନଡିଏ ନେତା ନିର୍ବାଚନ ସମ୍ଭବ ହୋଇପାରି ନାହିଁ। ଏହାକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେବାଲାଗି ନୀତୀଶ ଯେଉଁ ଦୁଇଟି ସର୍ତ ରଖିଛନ୍ତି ତାହାକୁ ନେଇ ବିଜେପି ନେତାମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ପ୍ରଥମଟି ହେଲା ଏଲଜେପି ନେତା ଚିରାଗ ପାଶ୍ବାନଙ୍କୁ ଏନ୍‌ଡିଏରୁ ହଟାଇବା। ବିହାରର ବିଜେପି ନେତା ଏହାକୁ ସମର୍ଥନ କରୁଛନ୍ତି। କିନ୍ତୁ କେନ୍ଦ୍ରୀୟ ନେତା ଏହା ଉପରେ ଏବେ କୌଣସି ନିଷ୍ପତ୍ତି ନେଇହେବ ନାହିଁ ବୋଲି କହୁଛନ୍ତି। ରାଜ୍ୟରେ ଜେଡିୟୁ ଏବଂ ବିଜେପି ନେତା କହୁଛନ୍ତି ଯେ ପାଶ୍ବାନଙ୍କ ଯୋଗୁଁ ମେଣ୍ଟ ଅଧିକ ଆସନ ପାଇପାରିଲା ନାହିଁ। ନୀତୀଶଙ୍କ ଅନ୍ୟ ଦାବିଟି ହେଲା ସେ ମୁଖ୍ୟମନ୍ତ୍ରୀ ହେଲେ ପୂର୍ବଭଳି ସବୁ କ୍ଷମତା ତାଙ୍କ ପାଖରେ ରହିବ। ଚୂଡ଼ାନ୍ତ ନିଷ୍ପତ୍ତି ସେ ହିଁ ନେବେ। କିନ୍ତୁ ବିଜେପିର ଅନେକ ନେତା ଏଥିରେ ରାଜି ହେଉ ନାହାନ୍ତି। ସେମାନଙ୍କର ଯୁକ୍ତି ହେଉଛି ଯେ ବିଜେପି ଅଧିକ ଆସନ ପାଇଥିବାରୁ କ୍ଷମତା ବଣ୍ଟନରେ ଏହାକୁ ଅଧିକ ଗୁରୁତ୍ବ ମିଳିବା ଉଚିତ। ତେଣୁ ଏହି ପ୍ରସଙ୍ଗ ଉପରେ ଅଧିକ ଆଲୋଚନାର ଆବଶ୍ୟକତା ଥିବାରୁ ନେତା ନିର୍ବାଚନ ଆସନ୍ତା ରବିବାର କରାଯିବ ବୋଲି ବିଜେପିର ଜଣେ ନେତା କହିଛନ୍ତି।

ରବିବା ଅପରାହ୍ନା ୧୨.୩୦ରେ ଏହି ବୈଠକ ଅନୁଷ୍ଠିତ ହେବ। ସମସ୍ତ ଦ୍ବନ୍ଦ୍ବ ଆସନ୍ତା ରବିବାର ଦିନର ଅପରାହ୍ନ ବୈଠକ ପରେ ହିଁ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe