ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ମେଣ୍ଟ ପରିବର୍ତ୍ତନ କରି ଇଣ୍ଡି ମେଣ୍ଟରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ନୀତୀଶ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଇଣ୍ଡି ମେଣ୍ଟରେ ସାମିଲ ହେବାପାଇଁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଜେଡିୟୁ ମୁଖ୍ୟ କହିଛନ୍ତି, ମୁଁ ଭୁଲବଶତଃ ଦୁଇଥର ମେଣ୍ଟ ବଦଳାଇଥିଲା, କିନ୍ତୁ ଆଉ ଏଭଳି ଭୁଲ୍ କେବେ କରିବି ନାହିଁ। ବର୍ତ୍ତମାନ ଆମେ ଏନ୍ଡିଏରେରେ ଏକାଠି ରହିବୁ ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବୁ ବୋଲି ନୀତୀଶ କହିଛନ୍ତି।
ନୀତୀଶଙ୍କ ଏଭଳି ବୟାନ ବିହାର ଇଣ୍ଡି ମେଣ୍ଟରେ ନୈରାଶ୍ୟ ସୃଷ୍ଟି କରିଛି। ବିଜେପିର ମୁକାବିଲା କରି ରାଜ୍ୟରେ ଇଣ୍ଡି ମେଣ୍ଟକୁ ପୁଣି କ୍ଷମତାକୁ ଆଣିବା ପାଇଁ ନୀତୀଶଙ୍କୁ ନିଜ ପଟକୁ ଆଣିବା ନିମନ୍ତେ ଲାଲୁଙ୍କ ଉଦ୍ୟମକୁ ଝଟ୍କା ଲାଗିଛି। ଲୋକସଭାରେ ଜେଡିୟୁର ୧୨ ଜଣ ସାଂସଦ ରହିଥିବା ବେଳେ ବିଜେପିର ଏକାକୀ ସଂଖ୍ୟାଗରିଷ୍ଠତା ନଥିବାରୁ ଏନ୍ଡିଏ ସରକାର ପାଇଁ ମଧ୍ୟ ନୀତୀଶଙ୍କ ସମର୍ଥନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ଲାଲଙ୍କ ଆମନ୍ତ୍ରଣର ଜବାବରେ ନୀତୀଶ ଦେଇଥିବା ବୟାନ ବିହାର ବିଜେପିକୁ ଆଶ୍ବସ୍ତ କରିଛି।
Follow Us