ଚିରାଗ୍‌ଙ୍କ ଚତୁର ଖେଳ ପାଇଁ ନୀତୀଶ ତୃତୀୟ ସ୍ଥାନକୁ ଗଲେ

ଏନଡିଏ ବୈଠକରେ ଯୋଗ ଦେଇପାରନ୍ତି ଚିରାଗ ପାସୱାନ

The Financial Express

ନୂଆଦିଲ୍ଳୀ : ଏଲ୍‌ଜେପି ସଭାପତି ଚିରାଗ୍‌ ପାଶ୍ବାନ୍‌ ବିହାରରେ ଯେଉଁ ଚତୁର ଚାଲ୍‌ ଚଳାଇଥିଲେ ସେଥିପାଇଁ ନୀତୀଶ କୁମାର ଏବଂ ତାଙ୍କ ଦଳ ରାଜ୍ୟରେ ତୃତୀୟ ସ୍ଥାନକୁ ଚାଲିଯାଇଛି। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ, ପାଶ୍ବାନ୍‌ଙ୍କ ପ୍ଲାନ୍‌ ପାଇଁ ନୀତୀଶ ପଛରେ ପଡ଼ିଯାଇଛନ୍ତି। ଜେଡିୟୁର ପ୍ରାର୍ଥୀ ଯଦି ଏଲ୍‌ଜେପି ବିରୋଧରେ ଲଢ଼ି ନଥାନ୍ତେ ତେବେ ନୀତୀଶଙ୍କ ଜେଡିୟୁ ଏକକ ବୃହତ୍ତମ ଦଳ ହୋଇପାରିଥାନ୍ତା। ୧୦ ମାସ ପୂର୍ବେ ଜେଡିୟୁରୁ ବହିଷ୍କୃତ ହୋଇଥିବା ପବନ ବର୍ମା ଦଳ ଛାଡ଼ିବା ପର୍ଯ୍ୟନ୍ତ ନୀତୀଶଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେ କହିଛନ୍ତି, ଚିରାଗ୍‌ ପାଶ୍ବାନ୍‌ଙ୍କ ଉଦ୍ଦେଶ୍ୟ ଯାହା ଥିଲା ଏବେ ଠିକ ସେୟା ହିଁ ‌ହେବ। ଏନ୍‌ଡିଏ ମେଣ୍ଟ‌ରେ ନୀତୀଶ ଆଉ ବରିଷ୍ଠ ଅଂଶୀଦାର ରହିବେନି।

ତେବେ ବିଜେପିର କେତେକ ସମାଲୋଚକ ଏବଂ ରାଜନୈତିକ ବିଶେଷଜ୍ଞ କହିଛନ୍ତି, ବିଜେପି ନୀତୀଶଙ୍କ ପତିଆରା କମାଇବା ପାଇଁ ଏବଂ ଜେଡିୟୁ ଭୋଟ୍‌ ପ୍ରତିଶତ କମାଇବାପାଇଁ ଚିରାଗ୍‌ ପାଶ୍ବାନ୍‌ଙ୍କୁ ବ୍ୟବହାର କରିଛି। ଚିରାଗ୍‌ ଚଳିତ ନିର୍ବାଚନରେ ଜଣେ ଭୋଟ୍‌-କଟର ବିବେଚିତ ହୋଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ବିହାରରେ ଅଧିକ ଆସନରେ ନିର୍ବାଚନ ଜିତିଛି। ଏଥିପାଇଁ ବିଜେପି ଚିରାଗ୍‌ଙ୍କୁ ବ୍ୟବହାର କରିଥିଲା ବୋଲି ସମାଲୋଚକମାନେ କହିଛନ୍ତି। ମୋଟ୍‌ ଉପରେ ଚିରାଗ୍‌ଙ୍କ ଚତୁର ପ୍ଲାନ୍‌ ପାଇଁ ହିଁ ନୀତୀଶଙ୍କ ଦଳ ଜେଡିୟୁ ତୃତୀୟ ସ୍ଥାନକୁ ଚାଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe