ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ଉ ଯୋଗୁଁ ନୀତୀଶ କୁମାର ଖୁସି; ତାଙ୍କର ଇଚ୍ଛା ତେଜସ୍ବୀ ଜେଲ୍‌ ଯାଆନ୍ତୁ: ସୁଶୀଲ୍‌ ମୋଦୀ

ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ଉ ଯୋଗୁଁ ନୀତୀଶ କୁମାର ଖୁସି; ତାଙ୍କର ଇଚ୍ଛା ତେଜସ୍ବୀ ଜେଲ୍‌ ଯାଆନ୍ତୁ: ସୁଶୀଲ୍‌ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଘରେ ହେଉଥିବା ଚଢ଼ଉ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦିତ ଓ ତାଙ୍କର ଇଚ୍ଛା ତେଜସ୍ବୀ ଯାଦବ ଜେଲ୍‌ ଯାଆନ୍ତୁ। ଏ କଥା  ‘ବିଜେପି’ ନେତା ସୁଶୀଳ ମୋଦୀ କହିଛନ୍ତି।

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ ତଦନ୍ତ ‘ଇଡି’ ଓ ‘ସିବିଆଇ’ ଲାଲୁ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି। ଏହି ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ବାସଭବନ ଏବଂ ଲାଲୁଙ୍କ ଅନ୍ୟାନ୍ୟ ସହଯୋଗୀମାନଙ୍କ ବାସଭବନର ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଚଢ଼ଉ କରିବା ପରେ ସୁଶୀଲ ମୋଦୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ‘ଆର୍‌ଜେଡି’ ନୀତୀଶ କୁମାରଙ୍କୁ ବାଧ୍ୟ କରୁଥିବା କଥା ଦାବି କରି ସୁଶୀଲ୍‌ ମୋଦୀ କହିଛନ୍ତି ଯେ, ଏଥର ସେ ଅଭିଳାଷର ଅବସାନ ଘଟିବ।

publive-image Image Courtesy of News18

ସେ କହିଛନ୍ତି, ଲାଲୁ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଉପରେ ଚାଲିଥିବା ଚଢ଼ଉ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦିତ। କାରଣ, ଏପରି ହେଲେ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଲାଗି ‘ଆର୍‌ଜେଡି’ ପକାଉଥିବା ଚାପର ଅବସାନ ଘଟିବ।

ଉଲ୍ଲେଖଯୋଗ୍ୟ, ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମାର୍ଚ ୧୦ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାତୀୟ ରାଜଧାନୀର ନିୟୁ ଫ୍ରେଣ୍ଡସ୍‌ କଲୋନିରେ ଅବସ୍ଥିତ ତେଜସ୍ବୀଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଲାଲୁଙ୍କ ପରିବାରର ସଦସ୍ୟ ଓ ସହଯୋଗୀଙ୍କ ଘରେ ଚଢ଼ଉ କରିଥିଲା।

ଚଢ଼ଉ ବେଳେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଲାଲୁ ପ୍ରସାଦ ଯାଦବଙ୍କ ଝିଅମାନଙ୍କ ଘରୁ ଓ ପୁଅ ତେଜସ୍ବୀ ଯାଦବଙ୍କ ଘରୁ ନଗଦ ୭୦ ଲକ୍ଷ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ୍‌ ଖାଣ୍ଟିସୁନା ବିସ୍କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର୍‌ ସମେତ କିଛି ବିଦେଶୀ ମୁଦ୍ରା ଉଦ୍ଧାର କରିଥିଲା।

ଏହି ମାମଲାରେ ପୂର୍ବରୁ ମଧ୍ୟ ‘ସିବିଆଇ’ ଦିଲ୍ଲୀ ଓ ପାଟନାରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀ ରାବ୍‌ଡ଼ୀ ଦେବୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe