Zee News
ବିହାର : ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନ୍ୟର ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି କହିଛନ୍ତି ଜେଡିୟୁର ବରିଷ୍ଠ ନେତା ଉପେନ୍ଦ୍ର କୁଶୱାହ। ‘ମୁଁ କେବଳ ସଂସଦୀୟ ବୋର୍ଡର ସଭାପତି ଅଟେ। ମୋତେ ଏହି ପଦବି ପାଇଁ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ତାଙ୍କର ନୁହେଁ, ସେ ଅନ୍ୟ କାହାର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଏଭଳି ହେଲେ ଦଳ ପାଇଁ ଆଗକୁ ବଡ଼ ବିପଦ ଆସିବ’ ବୋଲି ଗଣମାଧ୍ୟମକୁ କୁଶୱାହ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କୁଶୱାହ ଆସନ୍ତା ୧୯-୨୦ରେ ପାଟନାରେ ତାଙ୍କ ସମର୍ଥକମାନଙ୍କୁ ନେଇ ଦୁଇ ଦିନିଆ ଖୋଲା ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ଦଳର ସ୍ଥିତିକୁ ନେଇ ଆଲୋଚନା କରାଯିବ। ଏହାପୂର୍ବରୁ କୁଶୱାହ ଦଳୀୟ କର୍ମୀଙ୍କୁ ଏକ ଖୋଲା ଚିଠି ଲେଖିଥିଲେ ଏବଂ ଆଭ୍ୟନ୍ତରୀଣ କାରଣରୁ ଜେଡିୟୁ ଦୁର୍ବଳ ହୋଇଯାଉଛି ବୋଲି ଦାବି କରିଥିଲେ।
Follow Us