Nitish leaves : ୨ ଦଶନ୍ଧି ପରେ ଗୃହ ବିଭାଗ ଛାଡ଼ିଲେ ନୀତୀଶ କୁମାର

Advertisment

ବିହାରରେ ନୂଆ ସରକାରର ଶପଥ ଗ୍ରହଣ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଉପମୁଖ୍ୟ ସମ୍ରାଟ ଚୌଧାରୀଙ୍କ ମଧ୍ୟରେ....

ବିହାରରେ ନୂଆ ସରକାରର ଶପଥ ଗ୍ରହଣ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଉପମୁଖ୍ୟ ସମ୍ରାଟ ଚୌଧାରୀଙ୍କ ମଧ୍ୟରେ....

Untitled-11

ନୂଆଦିଲ୍ଲୀ: ବିହାରରେ ନୂଆ ସରକାରର ଶପଥ ଗ୍ରହଣ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଉପମୁଖ୍ୟ ସମ୍ରାଟ ଚୌଧାରୀଙ୍କ ମଧ୍ୟରେ ବୈଠକ ପରେ  ବିହାର ମନ୍ତ୍ରିମଣ୍ଡଳର  ତାଲିକା ରାଜ୍ୟପାଳଙ୍କ ନିକ‌ଟରେ ଦାଖଲ କରାଯାଇଛି।  ଚଳିତ ଥର ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି।  ପ୍ରାୟ ୨ ଦଶନ୍ଧି ପରେ ନୀତୀଶ କୁମାର ଗୃହ ବିଭାଗ ଛାଡ଼ି ଦେଇଛନ୍ତି।  ନୀତୀଶ କୁମାରଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସମ୍ରାଟ ଚୌଧାରୀଙ୍କୁ ଏହି ଗୁରୁ ଦା‌ୟିତ୍ବ ଦିଆଯାଇଛି।  ବିଜେନ୍ଦ୍ର ଯାଦବଙ୍କୁ ଅର୍ଥ ବିଭାଗ ମିଳିଛି। ଗୃହ ବିଭାଗ ମିଳିବାପରେ ସମ୍ରାଟ ଚୌଧାରୀଙ୍କ ଦାୟିତ୍ବ ବଢ଼ିଯାଇଛି। ସେ  ‌କେବଳ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଦେଖିବେ ନାହିଁ ବରଂ ସୀମାଞ୍ଚଳରେ ଆପ୍ରବାସନ ସଙ୍କଟକୁ ମଧ୍ୟ ନିୟନ୍ତ୍ରଣ କରିବେ।   ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ଜମି, ରାଜସ୍ବ ଓ ଖଣି ବିଭାଗ ମିଳିଛି।  ମଙ୍ଗଳ ପାଣ୍ଡେଙ୍କୁ ସ୍ବାସ୍ଥ୍ୟ ଏବଂ ଆଇନ ବିଭାଗ ମିଳିଥିବାବେଳେ ଦିଲୀପ‌ ଜୈସ୍ବାଲଙ୍କୁ ଶିଳ୍ପମନ୍ତ୍ରୀ କରାଯାଇଛି।  ନୀତିନ ନବୀନଙ୍କୁ ସଡ଼କ ନିର୍ମାଣ ବିଭାଗ, ସହରାଞ୍ଚଳ ବିକାଶ ଏବଂ ଆବାସ ବିଭାଗ ମିଳିଥିବାବେଳେ ରାମକୃପାଳ ଯାଦବଙ୍କୁ କୃଷି ଏବଂ ସଞ୍ଜୟ ଟାଇଗରଙ୍କୁ ଶ୍ରମ 
ସମ୍ବଳ ମନ୍ତ୍ରୀ କରାଯାଇଛି।  

ଅରୁଣ ଶଙ୍କର ପ୍ରସାଦ  ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ନେତୃତ୍ବ ନେବେ।  ସୁରେନ୍ଦ୍ର ମେହଟାଙ୍କୁ ପଶୁପାଳନ ଏବଂ ମତ୍ସ୍ୟ ସମ୍ବଳ ଦାୟିତ୍ବ ମିଳିଥିବା ବେଳେ ନାରାୟଣ ପ୍ରସାଦ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁକାବିଲା କରିବେ। ବିଜେପିର ରମା ନିଶାଦଙ୍କୁ ପଛୁଆ ଏବଂ ଅତ୍ୟଧିକ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ପାଇଁ ମନ୍ତ୍ରୀ କରାଯାଇଥିବା ବେଳେ ଲଖେନ୍ଦ୍ର ପାସୱାଲ ଏସ୍‌ସି ଏବଂ ଏସ୍‌ଟି କଲ୍ୟାଣ ବିଭାଗ ଦାୟିତ୍ବରେ ରହିବେ।  ‌ଶ୍ରେୟାସି ସିଂହ ଆଇଟି ଏବଂ କ୍ରୀଡ଼ା ବିଭାଗ ଦାୟିତ୍ବରେ ରହିବେ।  ପ୍ରମୋଦ ଚନ୍ଦ୍ର ବଂଶୀଙ୍କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe