ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ନିଷ୍ପତ୍ତି

ସମ୍ପ୍ରତି ନୀତିଶ କୁମାର ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଉପଭୋକ୍ତା ମାଗଣାରେ ୧୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ପାଇପାରିବେ।  ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଯାଇଥିବା ବେଳେ କ୍ୟାବିନେଟର ମୋହର ଲାଗିବା୍ ବାକି ଅଛି।

ନଦପପନଦ

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନାର ପ୍ରଚାର କରିଛନ୍ତି। 

ପୂର୍ବରୁ ମହିଳାମାନଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମାଷ୍ଟରଷ୍ଟ୍ରୋକ୍ ଖେଳି  ବିହାରରେ ସରକାରୀ ପଦବୀରେ ସିଧାସଳଖ ନିଯୁକ୍ତିରେ ମୂଳନିବାସୀ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଦେବା ଓ ପେନସନ ବୃଦ୍ଧି ନିଷ୍ପତ୍ତି ନେଇଥିଲେ।

ସମ୍ପ୍ରତି ନୀତିଶ କୁମାର ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଉପଭୋକ୍ତା ମାଗଣାରେ ୧୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ପାଇପାରିବେ।  ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଯାଇଥିବା ବେଳେ କ୍ୟାବିନେଟର ମୋହର ଲାଗିବା୍ ବାକି ଅଛି।

ପ୍ରସ୍ତାବ ମୁତାବକ ଉପଭୋକ୍ତାଙ୍କୁ ୧୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଶୁଳ୍କ ପ୍ରଦାନ କରିବାକୁ ପଡ଼ିବ ନାହିଁ। ଏହାପରେ ଯେତିକି ବିଜୁଳି ଉପଭୋକ୍ତା ଖର୍ଚ୍ଚ କରିବେ ସେଇ ଅନୁଯାୟୀ ଚାର୍ଜ ପୈଠ କରିବାକୁ ହେବ।

ଆଶାକରାଯାଉଛି, ନୀତିଶ କୁମାରଙ୍କ ମାଗଣା ୧୦୦ୟୁନିଟ ବିଜୁଳି ସେବା ଦ୍ବାରା ଅନେକ ପରିବାର ଏହାଦ୍ବାରା ଉପକୃତ ହେବେ। ତେବେ ଏଯାବତ ଏହି ମାଗଣା ବିଜୁଳି ଯୋଜନାର ରୁପରେଖା କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ। ଏହା କ୍ୟାବିନେଟ ମଞ୍ଜୁରୀ ଉପରେ ନିର୍ଭର କରୁଛି। 

ମାଗଣା ବିଜୁଳି ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଯାଇ ଏହାକୁ ଉପଭୋକ୍ତା କିପରି ବ୍ୟବହାର କରିବେ ତାହା ଜଣାପଡ଼ିବ। ତେବେ ଏହି ଯୋଜନାର ଆର୍ଥିକ ଭାର ରାଜ୍ୟ ସରକାର ବହନ କରିବେ ତେଣୁ ପ୍ରଥମେ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପାଇଁ ଆବେଦନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe