ବିହାର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ବରିଷ୍ଠ ବିଧାୟକ ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ

Advertisment

ଆରଜେଡିର ନୀତୀଶଙ୍କ ଶପଥ ଗ୍ରହଣ ସମାରୋହକୁ ବର୍ଜନ

ଆରଜେଡିର ନୀତୀଶଙ୍କ ଶପଥ ଗ୍ରହଣ ସମାରୋହକୁ ବର୍ଜନ

ବିହାର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ବରିଷ୍ଠ ବିଧାୟକ ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ

ପାଟନା: ଆଜି ସନ୍ଧ୍ୟାରେ ନୀତୀଶ କୁମାର ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିହାର ରାଜ୍ୟପାଳ ଫଗୁ ଚୌହାନ ନୀତୀଶ କୁମାରଙ୍କୁ ଶପଥ ଗ୍ରହଣ କରାଇବେ। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ବନ୍ଦ୍ବ ରହିଥିବା ବେଳେ ଏବେ ତାହା ଦୂର ହୋଇଛି। ବିହାରରେ ଚଳିତ ଥର ଦୁଇ ବିଜେପି ନେତାଙ୍କୁ ମିଳିବ ଉପମୁଖ୍ୟମନ୍ତ୍ରୀ ପଦ। ବିଜେପି ବିଧାୟକ ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି।

Main bhi Nitish Kumar': JD(U) shapes campaign around Bihar CM ahead of Assembly elections - The Financial Express The Financial Express

ଶପଥ ଗ୍ରହଣ କରିବା ପୂର୍ବରୁ ତାରକିଶୋର ପ୍ରସାଦ ଏବଂ ବିଜେପିର ବିହାର ଦାୟିତ୍ୱରେ ଥିବା ଭୂପେନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ମନ୍ତ୍ରୀଙ୍କ ନାମ ସ୍ଥିର କରିବାରେ ଭୂପେନ୍ଦ୍ର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଜଣାପଡ଼ିଛି। ତେବେ ତେଜସ୍ୱୀ ଯାଦବଙ୍କ ପାର୍ଟି ଆରଜେଡି ନୀତୀଶଙ୍କ ଶପଥ ଗ୍ରହଣ ସମାରୋହକୁ ବର୍ଜନ କରିଛି। ଆରଜେଡି ଜନସାଧାରଣଙ୍କ ସହ ଅଛି ଏବଂ ଜନସାଧାରଣଙ୍କ ପାଇଁ ତେଜସ୍ୱୀ କିମ୍ବା ତାଙ୍କ ଦଳର କୌଣସି ନେତା ଆଜି ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଆରଜେଡି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe