ନୀତିଶଙ୍କୁ କ୍ରିକେଟର କରିବା ପାଇଁ ତାଙ୍କ ବାପା ନେଇଥିଲେ ବଡ଼ ନିଷ୍ପତ୍ତି

Advertisment

ଭାରତ ପକ୍ଷରୁ ଷ୍ଟାର ବ୍ୟାଟର ନୀତିଶ କୁମାର ରେଡ୍ଡି ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ନୀତିଶଙ୍କ ଦମଦାର ପ୍ରଦର୍ଶନ ସମୟରେ ପଡ଼ିଆରେ ବସିଥିବା  ତାଙ୍କ ବାପା ଭଗବାନଙ୍କୁ ଧନ୍ୟବାଦ ଦେଇ ଭୋଭୋ ହୋଇ କାନ୍ଦି ପକାଇଥିଲେ।

Updated On

ଭାରତ ପକ୍ଷରୁ ଷ୍ଟାର ବ୍ୟାଟର ନୀତିଶ କୁମାର ରେଡ୍ଡି ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ନୀତିଶଙ୍କ ଦମଦାର ପ୍ରଦର୍ଶନ ସମୟରେ ପଡ଼ିଆରେ ବସିଥିବା  ତାଙ୍କ ବାପା ଭଗବାନଙ୍କୁ ଧନ୍ୟବାଦ ଦେଇ ଭୋଭୋ ହୋଇ କାନ୍ଦି ପକାଇଥିଲେ।

ଅଦ୍ୟତନ ହୋଇଛି
546


ନୂଆଦିଲ୍ଲୀ: ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଭାରତ ପକ୍ଷରୁ ଷ୍ଟାର ବ୍ୟାଟର ନୀତିଶ କୁମାର ରେଡ୍ଡି ଏହି ମ୍ୟାଚରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। 

ଅଧିକପଢ଼ନ୍ତୁ:ଏମକେସିଜିରେ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା: ୪ ଡାକ୍ତର ବହିଷ୍କୃତ

ନୀତିଶଙ୍କ ଦମଦାର ପ୍ରଦର୍ଶନ ସମୟରେ ପଡ଼ିଆରେ ବସିଥିବା  ତାଙ୍କ ବାପା ଭଗବାନଙ୍କୁ ଧନ୍ୟବାଦ ଦେଇ ଭୋଭୋ ହୋଇ କାନ୍ଦି ପକାଇଥିଲେ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟର ନୀତିଶଙ୍କ ବାପା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନୀତିଶ କ୍ରିକେଟ ଖେଳିବେ ବୋଲି ତାଙ୍କ ବାପା ମୃତ୍ୟାଲା ରେଡ୍ଡି ବଡ଼ ନିଷ୍ପତ୍ତି ନେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ନୀତିଶଙ୍କ ବାପା ମୃତ୍ୟାଲା ବିଶାଖାପାଟନମରେ ଥିବା ହିନ୍ଦୁସ୍ଥାନ ଜିଙ୍କ ନାମକ କମ୍ପାନିରେ କାମ କରୁଥିଲେ। ଏହାପରେ ତାଙ୍କର ଉଦପୁରକୁ ବଦଳି ହୋଇଯାଇଥିଲା। ନୀତିଶ କିନ୍ତୁ ନିଜର ବଦଳି ଚାହୁଁ ନଥିଲେ। କାରଣ ସେ ଅନୁଭବ କରିଥିଲେ ଚାକିରି ପାଇଁ ସେ ଯଦି ଉଦୟପୁର ଚାଲିଯିବେ ତେବେ  ତାଙ୍କ ପୁଅ ନୀତିଶଙ୍କ କ୍ରିକେଟର ହେବାର ସ୍ବପ୍ନ ଫାଣିଫଟକା  ପରି ମେଳାଇ ଯିବ।

ଅଧିକପଢ଼ନ୍ତୁ:ଧନୁଯାତ୍ରା ଲାଗି ଅନୁଦାନ ରାଶି ଦେଢ଼ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର

ତାଙ୍କ କ୍ୟାରିୟର ନଷ୍ଟ ହୋଇଯିବ। ସେ ଦେଖିଥିବା ସ୍ବପ୍ନ ପୂରଣ ହୋଇ ପାରିବ ନାହିଁ। ଏହି କାରଣରୁ ସେ ଚାକିରି ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ସମୟରେ ତାଙ୍କର ଆର୍ଥିକସ୍ଥିତି ବି ଏତେ ସୃଦୁଢ଼ ନଥିଲା। ତଥାପି ସେ ପୁଅ ପାଇଁ ଚାକିରିକୁ ତ୍ୟାଗ କରି ପେପସନ ଟଙ୍କାରେ ଚଳୁଥିଲେ।

ତଥାପି ମୃତ୍ୟାଲା ନିଜର ପୁଅକୁ କ୍ରିକେଟର କରିବା ପାଇଁ ଅଣ୍ଟା ଭିଡ଼ି ନେଇଥିଲେ। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା। ଅନେକ ସଂଘର୍ଷର ସାମ୍ନା କରିବା ପରେ ଗ୍ୟାଲେରିରେ ବସି ପୁଅର ସଫଳତା ଦେଖି ବାପା ଭୋଭୋ ହୋଇ କାନ୍ଦି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe