ଡାକ୍ତରଖାନାରେ ଭେଟିବା ପରେ ଲାଲୁ ଯାଦବଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଲେ ନୀତୀଶ କୁମାର

Advertisment
ଡାକ୍ତରଖାନାରେ ଭେଟିବା ପରେ ଲାଲୁ ଯାଦବଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଲେ ନୀତୀଶ କୁମାର

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଆଜି ସନ୍ଧ୍ୟା ୭ଟାରେ ଏୟାର ଆମ୍ବୁଲାନ୍ସ ଯୋଗେ ପାଟନାରୁ ଦିଲ୍ଲୀ ନିଆଯିବ। ତେବେ ଆରଜେଡି ସୁପ୍ରିମୋଙ୍କୁ ଦିଲ୍ଲୀ ନିଆଯାଉଥିବା ଖବର ମିଳିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ସୁପ୍ରିମୋଙ୍କୁ ଭେଟିବା ପାଇଁ ପାରାସ ହସ୍ପିଟାଲରେ ପହଞ୍ଚିଥିଲେ। ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀ ନିଆଯିବାର ଯୋଜନା ବିଷୟରେ ପଚାରି ବୁଝିବା ପରେ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ନୀତୀଶ।

ଲାଲୁଙ୍କୁ ଭେଟି ଫେରିବା ପରେ ନୀତୀଶ କହିଛନ୍ତି ଯେ ପୂର୍ବ ଅପେକ୍ଷା ସ୍ଥିତି ଭଲ ଅଛି। ସରକାର ସବୁକିଛି କରିବେ। ସମସ୍ତ ଖର୍ଚ୍ଚ ବହନ କରିବେ। କୌଣସି ଅସୁବିଧା ନାହିଁ। ସେ ଶୀଘ୍ର ସୁସ୍ଥ ହୁଅନ୍ତୁ। ତାଙ୍କର କିଡନୀ ଏବଂ ହୃଦ ସମସ୍ୟା ଥିବ‌ା ବିଷୟରେ ସମସ୍ତେ ଜାଣନ୍ତି ଯାହା ପାଇଁ ତାଙ୍କର ଦିଲ୍ଲୀରେ ଚିକିତ୍ସା ଚାଲିଥିଲା। ଏବେ ତାଙ୍କୁ ପୁଣି ଥରେ ଦିଲ୍ଲୀ ନିଆଯାଉଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଯଦି ତାଙ୍କୁ ସିଙ୍ଗାପୁର ନିଆଯିବାକୁ କୁହାଯାଏ, ତେବେ ଆମେ ତାଙ୍କୁ ସିଙ୍ଗାପୁର ନେବୁ। ରାଜନୀତିରେ ଥିବା ସମସ୍ତେ, ଏପରିକି ଅନ୍ୟ ଦଳର ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି। ତାଙ୍କ ପାଇଁ ସମସ୍ତେ ଏକାଠି ହୋଇଛନ୍ତି।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ‘ଆର୍‌ଜେଡି’ ନେତା ତେଜସ୍ବୀପ୍ରସାଦ ଯାଦବଙ୍କୁ ଫୋନ୍‌ କରି ତାଙ୍କ ପିତା ତଥା ଦଳର ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ଲାଲୁପ୍ରସାଦଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବୋଲି ତେଜସ୍ବୀଙ୍କର ଜଣେ ଅନ୍ତରଙ୍ଗ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe