ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର, କାହାକୁ ମିଳିବ ଉପମୁଖ୍ୟମନ୍ତ୍ରୀ ପଦ?

Advertisment
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର, କାହାକୁ ମିଳିବ ଉପମୁଖ୍ୟମନ୍ତ୍ରୀ ପଦ?

indiatoday

ପାଟନା: ବିହାର ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଗତକାଲି ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା। ନୀତୀଶ ଆଜି ୪.୩୦ରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏବଂ ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ତାଙ୍କର ଚତୁର୍ଥ ପାଳି ହେବ। ତେବେ ନିର୍ବାଚନରେ ଜେଡିୟୁ ଅପେକ୍ଷା ବିଜେପି ଅଧିକ ଆସନରେ ବିଜୟ ହାସଲ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ପଦ କାହାକୁ ଦିଆଯିବ, ସେ ନେଇ ଦ୍ବନ୍ଦ୍ବ ଉପୁଜିଛି। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ହେବେ ବୋଲି ଜଣା ପଡ଼ିଥିବା ବେଳେ ଏବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ଜଣା ପଡ଼ିଛି।

publive-image ThePrint

ତେବେ ଚର୍ଚ୍ଚା ହେଉଛି ଯେ, ନିର୍ବାଚନରେ ବିଜେପି ୭୪ ଏବଂ ଜେଡିୟୁ ୪୩ ଆସନରୁ ବିଜୟୀ ହୋଇଥିବାରୁ ଏଥର ବିହାର ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବରିଷ୍ଠ ବିଧାୟକ ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ବିଜେପି ବିଧାୟକ ଦଳର ନେତା ତଥା ଉପ ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ବିଜେପି ନେତାଙ୍କୁ ବିହାର ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବିହାରରେ ଉପମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe