ଅଫିସରଙ୍କୁ ନୀତୀଶଙ୍କ ଚେତାବନୀ : ଠିକ୍‌ରେ କାମ ନକଲେ କାର୍ଯ୍ୟାନୁଷ୍ଠାନ

ନୀତୀଶ କୁମାରଙ୍କ ଘୋଷଣା: ୨୦୨୪ରେ ‘ତୃତୀୟ ସାମ୍ମୁଖ୍ୟ’ ନୁହେଁ ‘ମୁଖ୍ୟ ସାମ୍ମୁଖ୍ୟ’

Hindustan

ପାଟନା : କୋଭିଡ୍‌ ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବାରୁ ବିରୋଧୀ ଦଳମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଠୋର ସମାଲୋଚନା କରିବା ପରେ ନୀତୀଶ ଏବେ ଅଫିସରଙ୍କ ଉପରେ ରାଗ ସୁଝାଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମୁଖ ଶାସନ ସଚିବ ଉଦୟ ସିଂହ କୁମାୱାତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଅଫିସରମାନେ ଠିକ୍‌ରେ କାମ କରନ୍ତୁ ନ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀତୀଶ ଶୁଣାଇ ଦେଇଛନ୍ତି। ଅପରପକ୍ଷେ, କୋଭିଡ୍‌ ପରିଚାଳନାରେ ଅଫିସରମାନେ ସହଯୋଗ କରୁନାହାନ୍ତି ବୋଲି ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଅତି କଠୋର ହୋଇଛନ୍ତି। ଯେଉଁ ଅଫିସରମାନେ କୋଭିଡ ପରିଚାଳନାରେ ସହ‌ଯୋଗ କରୁନାହାନ୍ତି ତାଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe