ଦାୟିତ୍ବ ନେବାର କିଛି ସମୟ ପରେ ଇସ୍ତଫା ଦେଲେ ତଦନ୍ତରେ ସମ୍ମୁଖୀନ ହୋଇଥିବା ବିହାରର ଶିକ୍ଷାମନ୍ତ୍ରୀ

Advertisment
ଦାୟିତ୍ବ ନେବାର କିଛି ସମୟ ପରେ ଇସ୍ତଫା ଦେଲେ ତଦନ୍ତରେ ସମ୍ମୁଖୀନ ହୋଇଥିବା ବିହାରର ଶିକ୍ଷାମନ୍ତ୍ରୀ

Image Courtesy of NDTV

ପାଟନା: ଦୁର୍ନୀତି ଅଭିଯୋଗ କାରଣରୁ ଦାୟିତ୍ବ ନେବାର କିଛି ସମୟ ପରେ ବିହାରର ନୂଆ ଶିକ୍ଷାମନ୍ତ୍ରୀ ମେୱାଲାଲ୍‌ ଚୌଧୁରୀ ଇସ୍ତଫା ଦେଇଛନ୍ତି।

ସୋମବାର ଦିନ ଶପଥ ଗ୍ରହଣ ଉତ୍ସବ ଶେଷ ହେବା କ୍ଷଣି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ ସୂଚାଇ ଥିଲା ଯେ, ୨୦୧୭ରୁ ଏହି ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି।

ଭାଗଲପୁର କୃଷି ବିଶ୍ବବିଦ୍ୟାଳୟରେ ଚୌଧୁରୀ କୁଳପତି ଥିବା ବେଳେ ସହକାରୀ ପ୍ରଧ୍ୟାପକ ଏବଂ କନିଷ୍ଠ ବ‌ୈଜ୍ଞାନିକ ପଦବୀ ନିଯୁକ୍ତିରେ ଅନିୟମିତତା ହୋଇଥିଲା ବୋଲି ରାଷ୍ଟ୍ରୀୟ ଜନତା ଦଳ ଅଭିଯୋଗରେ ଦର୍ଶାଇ ଥିଲା।

ବିହାରର ତତ୍କାଳୀନ ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ଅନୁମତି ମିଳିବା ପରେ ‘ଜେଡି(ୟୁ)’ର ତାରପୁର ବିଧାୟକ ଚୌଧୁରୀଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। କିନ୍ତୁ, ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଏର ହୋଇନାହିଁ।

publive-image Image Courtesy of News Live Nation

‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ କହିଥିଲେ, ଏକ କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ପ୍ରଥମଥର ମନ୍ତ୍ରୀ ହୋଇଥିବା ଚୌଧୁରୀ ଭାରତୀୟ ପିଙ୍ଗଳ କୋଡ୍‌ର ‘ଧାରା ୪୨୦’ରେ ଠକାମି ଓ ଅସାଧୁତା ଏବଂ ‘ଧାରା ୧୨୦ ଖ’ରେ ଅପରାଧିକ ଷଡ଼ଯନ୍ତ୍ର ସମେତ ବହୁ ସାଙ୍ଘାତିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।

ଟୁଇଟ୍‌ କରି ତେଜସ୍ବୀ ଲେଖିଥିଲେ, ଦୁର୍ନୀତି ଲାଗି କ’ଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେୱାଲାଲ୍‌ ଚୌଧୁରୀଙ୍କୁ ପୁରସ୍କୃତ କରି ଲୁଟ୍‌ କରିବାକୁ ସ୍ବାଧୀନତା ଦେଇଛନ୍ତି?

ଉଲ୍ଲେଖଯୋଗ୍ୟ, ଭାଗଲପୁର ଜିଲ୍ଲା ଅନ୍ତର୍ଗତ ସାବୌରସ୍ଥିତ ବିହାର କୃଷି ବିଶ୍ବବିଦ୍ୟାଳୟରେ କୁଳପତି ଥିବାବେଳେ ନିଯୁକ୍ତିରେ ଅନିୟମିତା ଅଭିଯୋଗରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର୍‌ ହେବା ପରେ ୬୭ ବର୍ଷିୟ ଚୌଧୁରୀ ୨୦୧୭ରେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ‘ଜେଡି(ୟୁ)’ରୁ ବହିଷ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe