ପାଟନା: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରବିବାର ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ନିଶାନ୍ତ କୁମାରଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଥିଲେ। ଏହି ଅବସରରେ, ନିଶାନ୍ତ କୁମାର ସେଠାରେ ଉପସ୍ଥିତ ଜେଡିୟୁ କର୍ମୀମାନଙ୍କୁ ସମ୍ବୋଧିତ କରିବା ସହ ସେ ଜଣେ ସକ୍ରିୟ ସଦସ୍ୟ ଭାବରେ ଦଳର ଯତ୍ନ ନେବେ ଏବଂ ତାଙ୍କ ବାପା ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ସେ ସମ୍ମାନ କରନ୍ତି ବୋଲି କହିଛନ୍ତି।

Advertisment

ଅଧିକପଢ଼ନ୍ତୁ:ପାଞ୍ଚ ବର୍ଷରେ ୧୮୮୯ ବାଲ୍ୟ ବିବାହ ରୋକିଲାଣି ପ୍ରଶାସନ

ବାପାଙ୍କ ବିଶ୍ୱାସ ଓ ବିକାଶକୁ ଆଗକୁ ନେବାକୁ ସଂକଳ୍ପ

ନିଶାନ୍ତ ଆହୁରି କହିଛନ୍ତି, ଜନତା ଓ ଦଳ ମୋ ଉପରେ ଯେଉଁ ବିଶ୍ବାସ ରଖିଛନ୍ତି ତାହା ପୂରଣ କରିବାକୁ ମୁଁ ଚେଷ୍ଟା କରିବି। ଗତ ୨୦ ବର୍ଷ ମଧ୍ୟରେ ମୋ ବାପା ଯାହା ସବୁ କରିଛନ୍ତି ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଁ ଚେଷ୍ଟା କରିବି। ମୋ ବାପା କ''ଣ କରିଛନ୍ତି ତାହା ସମସ୍ତେ ମନେ ରଖିବେ। ନିଶାନ୍ତ କୁମାର ତାଙ୍କ ଭାଷଣରେ ସମସ୍ତଙ୍କୁ ତାଙ୍କ ପିତାଙ୍କ ପ୍ରତି ବିଶ୍ବାସ ବଜାୟ ରଖୁବାକୁ ମଧ୍ୟ ଅନୁରୋଧ କରିଥିଲେ। ଏହି ଅବସରରେ, ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା, ନିଶାନ୍ତ କୁମାରଙ୍କୁ ଦଳର ଭବିଷ୍ୟତ ବୋଲି କହିଥିବା ବେଳେ ଦଳ ଭିତରେ ନିଶାନ୍ତଙ୍କୁ ଏକ ପ୍ରମୁଖ ଦାୟିତ୍ୱ ମିଳିପାରେ ବୋଲି ଅନୁମାନ କରାଯାଉଛି।

ଅଧିକପଢ଼ନ୍ତୁ:ପିଙ୍କ୍ ଲାଇନ୍‌ର ରିଙ୍ଗ୍ ନେଟୱାର୍କ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ