ରବିବାର ଇସ୍ତଫା ଦେବେ ନୀତୀଶ ! ପଶ୍ଚିମବଙ୍ଗ ଗସ୍ତ ରଦ୍ଦ କରି ବିହାର ଯିବେ ଅମିତ ଶାହା

Advertisment
ରବିବାର ଇସ୍ତଫା ଦେବେ ନୀତୀଶ ! ପଶ୍ଚିମବଙ୍ଗ ଗସ୍ତ ରଦ୍ଦ କରି ବିହାର ଯିବେ ଅମିତ ଶାହା

ନୂଆଦିଲ୍ଲୀ: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଦେଇଛନ୍ତି । ପଶ୍ଚିମବଙ୍ଗ ଯିବା ବଦଳରେ ସେ ରବିବାର ବିହାର ଯିବେ । ତାଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା ବି ଯିବାର କାର୍ଯ୍ୟକ୍ରମ ରହିଛି ।

କୁହାଯାଉଛି ଯେ ବିହାରରେ ନୂଆ ସରକାର ଗଠନ ସମୟରେ ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇପାରନ୍ତି । ରବିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ଏହା ପରେ ୯ମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ପଶ୍ଚିମବଙ୍ଗ ବିଜେପି ରାଜ୍ୟ କମିଟି ର ଜଣେ ସଦସ୍ୟ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହା ଏଥର ପଶ୍ଚିମବଙ୍ଗ ଗସ୍ତ କରିବେ ନାହିଁ ବୋଲି ଆମକୁ ନୂଆଦିଲ୍ଲୀରୁ ସୂଚନା ଦିଆଯାଇଛି। ଦୁଇ ଦିନର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ନେଇ ଅମିତ ଶାହା ରବିବାର କୋଲକାତାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରସାଟଠାରେ ଜିଲ୍ଲାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସେ ସାଂଗଠନିକ ବୈଠକ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବିହାର ସ୍ଥିତିକୁ ଦେଖି ସେ ନିଜର କାର୍ଯ୍ୟକ୍ରମ ରଦ୍ଦ କରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe