ଏନଡିଏରୁ ଓହରିଯିବ କି ଜେଡିୟୁ? ସାଂସଦଙ୍କୁ ନେଇ ବୈଠକ ଡାକିଲେ ନୀତୀଶ

Advertisment
ମଦ ଚୋରାବେପାର ଛାଡ଼ିଲେ ଲକ୍ଷେ ଟଙ୍କା ଦେବେ ନୀତୀଶ ସରକାର

ପାଟନା: ଜେଡିୟୁରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହ ​​ଇସ୍ତଫା ଦେବା ପରେ ବିହାରରେ ରାଜନୈତିକ ହଲଚଲ ଦେଖାଦେଇଛି। ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ସାଂସଦଙ୍କୁ ନେଇ ବୈଠକ ଡାକିଛନ୍ତି। ଦଳର ସମସ୍ତ ସାଂସଦଙ୍କୁ ସୋମବାର ସନ୍ଧ୍ୟା ସୁଦ୍ଧା ପାଟନା ଆସିବାକୁ କୁହାଯାଇଛି। ଏହି ବୈଠକରେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ଲଲନ ସିଂ ମଧ୍ୟ ଉପସ୍ଥିତ ରହିବେ। ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା କରାଯିବ ତାହା ସାର୍ବଜନୀନ କରାଯାଇ ନାହିଁ। ତେବେ ଚର୍ଚ୍ଚା ମୁତାବକ ବିଜେପି ସହ ଗଠବନ୍ଧନର ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇପାରେ।

ଅନ୍ୟପକ୍ଷରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଡିୟୁ ନେତା ତଥା ବିହାର ଶିକ୍ଷା ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ ତାଙ୍କ ଦଳ କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବ ନାହିଁ। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ କ୍ୟାବିନେଟରେ ଜେଡିୟୁ କୋଟାରୁ କାହାକୁ ମନ୍ତ୍ରୀ କରାଯିବ ନାହିଁ। ନୀତୀଶ କୁମାର ଏ ବିଷୟରେ ପୂର୍ବରୁ ଘୋଷଣା କରିସାରିଛନ୍ତି।

ସୂଚନା ମୁତାବକ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଆରସିପି ସିଂହଙ୍କୁ ଗତକାଲି ବେନାମୀ ସମ୍ପତ୍ତିକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ପରେ ଆରସିପି ସିଂ ଶନିବାର ସନ୍ଧ୍ୟାରେ ଜେଡିୟୁରୁ ଇସ୍ତଫା ଦେଇଥିଲେ | ନିକଟରେ ଜେଡିୟୁ ଆରସିପି ସିଂହଙ୍କ ରାଜ୍ୟସଭା ଟିକେଟ୍ କାଟିଦେବା ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପଦ ଛାଡିବାକୁ ପଡିଲା। ଜେଡିୟୁ କୋଟାରୁ ଆରସିପି ସିଂହ ଏକମାତ୍ର ମନ୍ତ୍ରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe