ନୀତୀଶ-ତେଜସ୍ବୀ ଭେଟକୁ ନେଇ ବଢିଲା କଳ୍ପନାଜଳ୍ପନା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ୮ ମାସ ପରେ ପରସ୍ପରକୁ ଭେଟିଛନ୍ତି। ଫଳରେ ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।

ଅଦ୍ୟତନ ହୋଇଛି
ddddd

ପଟନା : ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ପହଞ୍ଚିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ୮ ମାସ ପରେ ପରସ୍ପରକୁ ଭେଟିଛନ୍ତି। ଫଳରେ ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।

ସୂଚନା କମିଶନର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଉଭୟ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ମିଳିତ ଭାବେ ସୂଚନା କମିଶନରଙ୍କ ନାମକୁ ଅନୁମୋଦନ କରିଛନ୍ତି।


ସୂଚନା କମିଶନର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଉଭୟ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ମିଳିତ ଭାବେ ସୂଚନା କମିଶନରଙ୍କ ନାମକୁ ଅନୁମୋଦନ କରିଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ଅଲଗା ଅଲଗା ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ପହଞ୍ଚିଥିଲେ। ବିହାର ସୂଚନା କମିଶନର ପଦରେ ନିଯୁକ୍ତି ପାଇଁ ଦୁଇ ନେତା ଏକାଠି ଥିଲେ। ପ୍ରାୟ ୮ ମାସ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ଏକାଠି ସାକ୍ଷାତ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe