ନୀତୀଶ-ପ୍ରଶାନ୍ତ କିଶୋର ରୁଦ୍ଧଦ୍ବାର ବୈଠକ: ତିକ୍ତତା ଭିତରେ ବୈଠକ ନେଇ କଳ୍ପନାଜଳ୍ପନା

Advertisment
ନୀତୀଶ-ପ୍ରଶାନ୍ତ କିଶୋର ରୁଦ୍ଧଦ୍ବାର ବୈଠକ: ତିକ୍ତତା ଭିତରେ ବୈଠକ ନେଇ କଳ୍ପନାଜଳ୍ପନା

Hindustan Times

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପାଟନାରେ ଭେଟିଛନ୍ତି। ମିଳିଥିବା ସୂଚନାନୁଯାୟୀ ନୀତୀଶ ଏବଂ ପ୍ରଶାନ୍ତଙ୍କ ମଧ୍ୟ‌ରେ ମଙ୍ଗଳବାର ସନ୍ଧ୍ୟାରେ ୨ ଘଣ୍ଟା ଧରି ରୁଦ୍ଧଦ୍ବାର ବୈଠକ ଚାଲିଥିଲା। ପୂର୍ବତନ ସାଂସଦ ପୱନ ବର୍ମା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କିଶୋର ଗତ କିଛି ମାସ ଧରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରି ଆସୁଛନ୍ତି। ଏଭଳି ସ୍ଥିତିରେ ୨ ନେତାଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ନିକଟରେ ପ୍ରଶାନ୍ତ କିଶୋର ନୀତୀଶଙ୍କୁ କଟାକ୍ଷ କରି କହିଥିଲେ ଯେ ନୀତୀଶ ଯେନତେନ ପ୍ରକାରେ ମୁଖ୍ୟମନ୍ତ୍ରୀ ରହିବା କଳା ଜାଣନ୍ତି। ନୀତୀଶ ଅନେକ ମେଣ୍ଟ ସହ ସମ୍ପର୍କ ଭାଙ୍ଗିଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ସହ ନୁହେଁ। ଫେଭିକଲ୍‌ ନୀତୀଶଙ୍କୁ ବ୍ରାଣ୍ଡ ଆମ୍ବାସଡର କରିବା ଉଚିତ ବୋଲି ସେ କହିଥିଲେ। ପ୍ରଶାନ୍ତ କିଶୋର ମଧ୍ୟ ନୀତୀଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କେତେକ ଫଟୋ ଟ୍ବିଟ୍‌ କରିଥିଲେ।

୨୦୨୪ ଲୋକସଭା ନିର୍ବାଚନ ପ୍ରସଙ୍ଗ‌ରେ ନୀତୀଶ ଏବଂ ପ୍ରଶାନ୍ତ କିଛି ଆଲୋଚନା କରିଥାଇ ପାରନ୍ତି ବୋଲି କୁହାଯାଉଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ପ୍ରସଙ୍ଗରେ ମଧ୍ୟ ପ୍ରଶାନ୍ତ କିଶୋର ନୀତୀଶଙ୍କୁ କଟାକ୍ଷ କରିଥିଲେ। ଆଜି ନୀତୀଶ କହିଛନ୍ତି, ପ୍ରଶାନ୍ତଙ୍କ ସହ ତାଙ୍କ ସଂପର୍କରେ କୌଣସି ତିକ୍ତତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe