ନୀତିଶ କୁମାରଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବେ ଜେଡି(ୟୁ)ରୁ ବହିଷ୍କୃତ ପ୍ରଶାନ୍ତ କିଶୋର !

ଆଜି ବଡ଼ ଘୋଷଣା କରିବେ ପ୍ରଶାନ୍ତ କିଶୋର

କଂଗ୍ରେସର ପ୍ରତ୍ୟାବର୍ତ୍ତନ ପାଇଁ ୬୦୦ ପୃଷ୍ଠାର ବ୍ୟାଖ୍ୟାନ ଦେଲେ ପିକେ

image source--jagran

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାରରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋର ଆଜି ଏକ ବଡ଼ ଘୋଷଣା କରିବେ ବୋଲି ଜଣାଯାଇଛି। ଜେଡି(ୟୁ)ରୁ ବହିଷ୍କୃତ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବେ ବୋଲି ଚର୍ଚ୍ଚା ହେଉଛି।  ଆଜି ଏନେଇ ଘୋଷଣା କରିବେ।
ଗତକାଲି ଏକ ସାକ୍ଷାତକାରରେ ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି ଯେ, ବିହାରରେ ଏବେ ସେ ପରିଚାଳକ ଭାବେ କିମ୍ବା ସାରଥୀ ଭାବେ ନୁହେଁ ବରଂ ରାଜନୈତିକ ଯୋଦ୍ଧା ଭାବେ ମଇଦାନକୁ ଆସି ମୁକାବିଲା କରିବେ । ପ୍ରଶାନ୍ତ କହିଛନ୍ତି ଯେ, ତାଙ୍କର ଜନ୍ମ ବିହାରରେ ହୋଇଥିଲା । ତେଣୁ ବିହାର ସହ ସମ୍ପର୍କ ଅତି ଘନିଷ୍ଠ। ସେ ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳର ପରିଚାଳକଭାବେ କାମ କରିଛନ୍ତି, ହେଲେ ବିହାରରେ ଜଣେ ରାଜନୈତିକ ବ୍ୟକ୍ତିଭାବେ କାମ କରିଥିବାରୁ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ପ୍ରଶାନ୍ତ।
ପୂର୍ବରୁ ସେ ନିଜର ଆଗାମୀ ଭବିଷ୍ୟତରେ ଗ୍ରହଣ କରିବାକୁ ଥିବା କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ସଂପର୍କରେ ଫେବ୍ରୁଆରି ୧୧ ତାରଖରେ ଘୋଷଣା କରିବେ ବୋଲି କହିଥିଲେ। ଉଲେଖଯୋଗ୍ୟ, ନିର୍ବାଚନୀ ରାଜନୀତି ପରିଚାଳନା ଓ ନିର୍ବାଚନୀ ରଣକୌଶଳ ନିର୍ଦ୍ଧାରଣରେ ଜଣେ ସଫଳ ନୀତି ନିର୍ଦ୍ଧାରକ ରୂପେ ବିବେଚିତ ପ୍ରଶାନ୍ତ କିଶୋରଙ୍କୁ କେନ୍ଦ୍ର କରି ଏବେ ଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି।

publive-image image source-republic world

ଏକଦା ଜେଡି(ୟୁ) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଘନିଷ୍ଠ ସହଯୋଗୀ ରହିବା ସହ ଦଳ ମଧ୍ୟରେ ନମ୍ବର ଦୁଇ ଭାବରେ ପରିଗଣିତ ହେଉଥିଲେ ପ୍ରଶାନ୍ତ କିଶୋର। ଜେଡି(ୟୁ)ରେ ଯଥେଷ୍ଟ ଦବ୍‌ଦବା ଓ ପ୍ରଭାବ ରହିଥିଲା ପ୍ରଶାନ୍ତ କିଶୋରଙ୍କର। ଦଳର ଉପସଭାପତି ମଧ୍ୟ ରହିଥିଲେ ପ୍ରଶାନ୍ତ କିଶୋର। ତେବେ, ନୀତିଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ନାଗରିକତା (ସଂଶୋଧନ) ଆଇନ (ସିଏଏ)କୁ କେନ୍ଦ୍ରକରି ବିବାଦ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe