ଇଣ୍ଡି ମେଣ୍ଟର ‘ଆମନ୍ତ୍ରଣ’ ଅଗ୍ରାହ୍ୟ କଲେ ନୀତୀଶ

Advertisment

କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟକୁ ପୁଣିଥରେ ଫେରିବା ନିମନ୍ତେ ଦିଆଯାଇଥିବା ନିମ‌ନ୍ତ୍ରଣକୁ ଜେଡିୟୁ ସୁପ୍ରିମୋ  ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଥିବାରୁ  ବିଜେପି ଆଶ୍ବସ୍ତ ହୋଇଛି।

କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟକୁ ପୁଣିଥରେ ଫେରିବା ନିମନ୍ତେ ଦିଆଯାଇଥିବା ନିମ‌ନ୍ତ୍ରଣକୁ ଜେଡିୟୁ ସୁପ୍ରିମୋ  ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଥିବାରୁ  ବିଜେପି ଆଶ୍ବସ୍ତ ହୋଇଛି।

Nitish Kumar

ପାଟନା: କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟକୁ ପୁଣିଥରେ ଫେରିବା ନିମନ୍ତେ ଦିଆଯାଇଥିବା ନିମ‌ନ୍ତ୍ରଣକୁ ଜେଡିୟୁ ସୁପ୍ରିମୋ  ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଥିବାରୁ  ବିଜେପି ଆଶ୍ବସ୍ତ ହୋଇଛି। ‘ପୂର୍ବରୁ ଦୁଇଥର ମୁଁ ଯେଉଁ ଭୁଲ କରିଥିଲି ତା’ର ପୁନରାବୃତ୍ତି କରିବିନାହିଁ’ ବୋଲି ନୀତୀଶ ଦୋହରାଇବା ପରେ ବିହାର ଇଣ୍ଡି ମେଣ୍ଟ ସହଯୋଗୀଙ୍କୁ ଝଟ୍‌କା ଲାଗିଛି। ନୀତୀଶଙ୍କ ମନାଇବାକୁ କିଛିଦିନ ହେଲା ଆର୍‌ଜେଡି ଭିତିରିଆ ପ୍ରୟାସ ଚଳାଇଥିବା ଖବର ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ,  ଆସନ୍ତା ବର୍ଷ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଏଣୁ ବିହାରରେ ରାଜନୈତିକ ଦଳଗୁଡ଼ିକ ନିଜନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନୀତୀଶ ଏବେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ଅଛନ୍ତି। ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜାରି ରହିଥିବା ବେଳେ ଆର୍‌ଜେଡିର ଜଣେ  ବିଧାୟକ ଭାଇ ବୀରେନ୍ଦ୍ର ପୁଣିଥରେ ଇଣ୍ଡି ମେଣ୍ଟକୁ ଫେରିବାକୁ ନୀତୀଶ କୁମାରଙ୍କୁ ଆମନ୍ତ୍ରଣ ଦେଇଥିଲେ।  ସୂଚନାଯୋଗ୍ୟ, ବିଜେପି ବିରୋଧୀ ଇଣ୍ଡି ମେଣ୍ଟ ଗଠନ କରିବାରେ ନୀତୀଶ କୁମାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ପଦବିକୁ ନେଇ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିବାରୁ  ନୀତୀଶ  ଇଣ୍ଡି ମେଣ୍ଟରୁ  ଓହରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe