image source-dnaindia
ପାଟନା: ଆସନ୍ତା ବିହାର ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ସେପ୍ଟେମ୍ବର ୬ରୁ ପ୍ରଥମ ନିର୍ବାଚନୀ ଭର୍ଚୁଆଲ୍ ରାଲି ଆରମ୍ଭ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏହି ଭର୍ଚୁଆଲ୍ ରାଲି ଜନତା ଦଳ ୟୁନାଇଟେଡ୍ ଲାଇଭ୍ ନାମକ ଏକ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେବ।ଏହାପୂର୍ବରୁ ଅଗଷ୍ଟ ୭ ରେ ଜନତା ଦଳ ୟୁନାଇଟେଡର ଏକ ଭର୍ଚୁଆଲ୍ ରାଲି ଅନୁଷ୍ଠିତ ହେବାର ଥିଲା, କିନ୍ତୁ ରାଜ୍ୟରେ କରୋନା ମହାମାରୀର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ନୀତୀଶ କୁମାରଙ୍କ ରାଲିକୁ ସେହି ସମୟରେ ବାତିଲ କରିଦିଆଯାଇଥିଲା।
କୁହାଯାଉଛି ଯେ ସେପ୍ଟେମ୍ବର ୬ ରେ ହେବାକୁ ଥିବା ଏହି ଭର୍ଚୁଆଲ୍ ରାଲିରେ ଏକ ଲକ୍ଷ ଲୋକଙ୍କ ସହ ସିଧାସଳଖ ସଂଯୋଗ କରିବେ। ଏଠାରେ ସୂଚନା ଥାଉ କି ବିହାରରେ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅଗଷ୍ଟ ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଘୋଷଣା କରିଥିଲେ |
ଜେପି ନଡ୍ଡା କହିଥିଲେ ଯେ ବିହାର ନିର୍ବାଚନରେ ​​ବିଜେପି, ଜେଡିୟୁ ଏବଂ ଏଲଜେପି ଏକାଠି ଲଢ଼ିବେ । ଏଥିସହ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରାଯିବ ବୋଲି ସେ କହିଛନ୍ତି। ବିହାର ବିଜେପି ପ୍ରଦେଶ କାର୍ଯ୍ୟକାରିଣୀ କମିଟିର ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ ଯେତେବେଳେ ବି ବିଜେପି, ନୀତୀଶ କୁମାର ଏବଂ ଲୋକ ଜନତା ପାର୍ଟି (ଏଲଜେପି) ଏକାଠି ହୁଅନ୍ତି, ସେତେବେଳେ ଜିତିଥାନ୍ତି । ତେଣୁ ବିଜେପି, ଜେଡିୟୁ, ଏଲଜେପି ଏକାଠି ଲଢ଼ି ନିର୍ବାଚନରେ ​​ଜିତିବେ।
Follow Us