ଏନ୍‌ଏମ୍‌-ଆଇସିପିଏସ୍‌କୁ କ୍ୟାବିନେଟ୍‌ ମଞ୍ଜୁରି

Advertisment
ଏନ୍‌ଏମ୍‌-ଆଇସିପିଏସ୍‌କୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନ୍ତଃବୈଷୟିକ ସାଇବର ଫିଜିକାଲ୍‌ ପ୍ରଣାଳୀର ଜାତୀୟ ମିଶନ୍‌ (ଏନ୍‌ଏମ୍‌-ଆଇସିପିଏସ୍‌)କୁ ମଞ୍ଜୁରି ମିଳିଛି। ଏହାକୁ ୫ ବର୍ଷ ଲାଗି ୩୬୬୦ କୋଟି ଟଙ୍କାର ମୋଟ୍‌ ବ୍ୟୟ ସହ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଲାଗୁ କରିବ। ଏହି ମିଶନ୍‌ର ଲକ୍ଷ୍ୟ ହେଉଛି ୧୫ ପ୍ରଯୁକ୍ତି ନବୋନ୍ମେଷ କେନ୍ଦ୍ର, ୬ଟି ବିନିଯୋଗ ନବୋନ୍ମେଷ କେନ୍ଦ୍ର ଏବଂ ୪ଟି ପ୍ରଯୁକ୍ତି ଆଧାରିତ ନବୀନ ଗବେଷଣା କେନ୍ଦ୍ର (ଟିଟିଆରପି) ପ୍ରତିଷ୍ଠା କରିବା। ଜାଲିଆନାୱାଲା ବାଗ୍‌ ଜାତୀୟ ସ୍ମାରକୀ ଆଇନ, ୧୯୫୧ରେ ସଂଶୋଧନ ଆଣିବା ଲାଗି ଆସିଥିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ ସ୍ବୀକୃତି ପ୍ରଦାନ କରିଛ। କୃଷି ରପ୍ତାନି ନୀତି ୨୦୧୮କୁ ଆଜି କ୍ୟାବିନେଟ୍‌ ବୈଠକରେ ମଂଜୁରି ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe