ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

Advertisment
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶର ପ୍ରାୟ ୧୫୦ଟି ମେଡିକାଲ କଲେଜର ମାନ୍ୟତା ରଦ୍ଦ କରିପାରନ୍ତି କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁଯାୟୀ, ଏଗୁଡ଼ିକ ହେଉଛି ସେହି ମେଡିକାଲ କଲେଜ, ଯେଉଁଥିରେ ତଦନ୍ତ ବେଳେ ଅନେକ ପ୍ରକାର ତ୍ରୁଟି ଦେଖିବାକୁ ମିଳିଥିଲା। ଜାତୀୟ ମେଡିକାଲ କମିସନ (ଏନଏମସି)ର ୟୁଜି ବୋର୍ଡ ଏହି ମେଡିକାଲ କଲେଜଗୁଡ଼ିକରେ ଯାଞ୍ଚ ସମୟରେ କେତେକ ତ୍ରୁଟି ଓ ଭିତ୍ତିଭୂମି ଅଭାବ ଦେଖିବାକୁ ପାଇଥିଲା।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ଟି ମେଡିକାଲ କଲେଜର ମାନ୍ୟତା ବାତିଲ କରାଯାଇଛି। ଯେଉଁ ମେଡିକାଲ କଲେଜଗୁଡ଼ିକର ମାନ୍ୟତା ବାତିଲ କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଓ ପଶ୍ଚିମବଙ୍ଗ ରହିଛି।

କ୍ୟାମେରା, ବାୟୋମେଟ୍ରିକ୍ ଉପସ୍ଥାନ, ଅଧ୍ୟାପକ ଆଦି ଗୁରୁତ୍ୱପୂର୍ଣ୍ଣ ଜିନିଷର ଅଭାବ ଏହି କଲେଜଗୁଡ଼ିକରେ ଦେଖିବାକୁ ମିଳିବା ପରେ ଜାତୀୟ ଚିକିତ୍ସା ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଗତ ମାସକ ମଧ୍ୟରେ ଏହି କଲେଜଗୁଡ଼ିକରେ ହୋଇଥିବା ଅନୁସନ୍ଧାନରେ ଏହି ତ୍ରୁଟି ଦେଖିବାକୁ ମିଳିଛି। ତେବେ ଯେଉଁ କଲେଜର ମାନ୍ୟତା ବାତିଲ ହୋଇଛି, ସେମାନଙ୍କ ପାଖରେ ଆବେଦନ କରିବାର ବିକଳ୍ପ ରହିଛି।

ସେମାନେ ଚାହିଁଲେ ମାନ୍ୟତା ବାତିଲ ହେବାର ୩୦ ଦିନ ମଧ୍ୟରେ ଜାତୀୟ ଚିକିତ୍ସା ଆୟୋଗଙ୍କ ନିକଟରେ ପ୍ରଥମ ଆବେଦନ କରିପାରିବେ । ସେଥିରେ ସନ୍ତୁଷ୍ଟ ନହେଲେ ଏହି କଲେଜଗୁଡ଼ିକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟନିକଟରେ ଦ୍ବିତୀୟ ନିବେଦନ କରିପାରିବେ। ଜାତୀୟ ଚିକିତ୍ସା ଆୟୋଗ ଏବଂ ମନ୍ତ୍ରାଳୟକୁ କଲେଜଗୁଡ଼ିକରୁ ମିଳିଥିବା ଆବେଦନକୁ ଦୁଇ ମାସ ମଧ୍ୟରେ ସମାଧାନ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe