ଅନଶନ ନିଷ୍ପତ୍ତିରୁ ଓହରିଲେ ଆନ୍ନା ହଜାରେ

Advertisment
ଅନଶନ ନିଷ୍ପତ୍ତିରୁ ଓହରିଲେ ଆନ୍ନା ହଜାରେ

ମୁମ୍ବାଇ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଶନିବାରଠାରୁ ଆମରଣ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ତେବେ ଆଜି ଆନ୍ନା ତାଙ୍କ ଅନଶନ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ସେ କହିଛନ୍ତି ଯେ କୃଷି ସଂସ୍କାର ନେଇ ତାଙ୍କର କେତେକ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ସେ ଅନଶନରେ ବସିବେ ନାହିଁ। ତେବେ ନୂଆ କୃଷି ଆଇନରେ ଯେଭଳି ସଂସ୍କାର ପ୍ରାବଧାନ ରହିବା କଥା ତାହା ନାହିଁ ବୋଲି ଆନ୍ନା କହିଛନ୍ତି। ସରକାର ଚାଷୀଙ୍କ ଦାବି ପ୍ରତି ଅଧିକ ସମ୍ବେଦନଶୀଳ ହୋଇ ନିଷ୍ପତ୍ତି ଗ୍ରହଣ କରିବା ଉଚିତ ବୋଲି ୮୩ ବର୍ଷୀୟ ଆନ୍ନା କହିଛନ୍ତି। ଏ ବାବଦରେ ସେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତ୍ବରିତ ପଦକ୍ଷେପ ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe