ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଶ୍ରୀନଗରଭିତ୍ତିକ ନମ୍ବର ୫୧ ସ୍କ୍ବାର୍ଡନ ଶୁକ୍ରବାର ଦିନ ଅବ୍ୟାହତି ନେଇଛି। ଦେଶରେ ମିଗ୍-୨୧ ଲଢ଼ୁଆ ବିମାନକୁ ନେଇ ଯେଉଁ ୪ଟି ସ୍କ୍ବାର୍ଡନ ରହିଥିଲା ସେଥିରୁ ନମ୍ବର ୫୧ ସ୍କ୍ବାର୍ଡନ ଅନ୍ୟତମ। ତେବେ କାଶ୍ମୀରରେ ଏହା ଏକମାତ୍ର ଲଢ଼ୁଆ ସ୍କ୍ବାର୍ଡନ ରହିଥିଲା। ୨୦୧୯ରେ ପାକିସ୍ତାନ ସହିତ ଉତ୍ତେଜନା ସମୟରେ ଏଲ୍ଓସିରେ ପାକିସ୍ତାନର ଏଫ୍-୧୬ ବିମାନକୁ ଘଉଡ଼ାଇବାରେ ଉକ୍ତ ସ୍କ୍ବାର୍ଡନର ଓିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ (ଏବେ ଗ୍ରୁପ କ୍ୟାପଟେନ) ସଫଳ ହୋଇଥିଲେ।
ଗୋଟିଏ ସ୍କ୍ବାର୍ଡନରେ ରହିଥିବା ସବୁ ଲଢ଼ୁଆ ବିମାନକୁ ଯେତେବେଳେ ଅବ୍ୟାହତି ଦିଆଯାଏ ସେତେବେଳେ ସେହି ସ୍କ୍ବାର୍ଡନ ନମ୍ବର ପ୍ଲେଟେଡ ହୋଇଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିମାନ ସାମିଲ କରାଯାଇ ସେହି ସ୍କ୍ବାର୍ଡନକୁ ପୁନରୁଦ୍ଧାର କରାଯାଇଥାଏ। ଉଦାହରଣ ସ୍ବରୂପ ‘ଗୋଲଡେନ ଆରୋଜ’ ୧୭ ସ୍କ୍ବାର୍ଡନରେ ରହିଥିବା ମିଗ୍-୨୧ର ଟାଇପ୍ ୯୬କୁ ବାଦ୍ ଦିଆଯିବା ପରେ ୨୦୧୧ରେ ଏହାକୁ ନମ୍ବର ପ୍ଲେଟେଡ କରି ଦିଆଯାଇଥିଲା। କିନ୍ତୁ ୨୦୨୦ରେ ରାଫେଲ ଆସିବା ପରେ ଉକ୍ତ ସ୍କାର୍ଡନର ପୁନଃରୁଦ୍ଧାର କରାଯାଇଛି।
Follow Us