‘ନୋଟବନ୍ଦୀ ପରେ ଅଚଳ ନୋଟ ରଖିଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ’

Advertisment
‘ନୋଟବନ୍ଦୀ ପରେ ଅଚଳ ନୋଟ ରଖିଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ବର୍ଷ ନୋଟ୍‌ ଅଚଳ ଘୋଷଣା କରିବା ପରେ ଯେଉଁମାନେ ରିଜର୍ଭ ବ୍ୟାଙ୍କ୍‌ ଦେଇଥିବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କ ଅଚଳ ନୋଟ୍‌କୁ ବ୍ୟାଙ୍କ୍‌ରେ ଜମା କରିନାହାନ୍ତି ସେମାନଙ୍କ ବିରୋଧରେ କୌଣସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି। ପୂର୍ବରୁ ଏ ନେଇ ୧୪ ଜଣ ଅବେଦନକାରୀଙ୍କ ଆବେଦନକ ସୁପ୍ରିମ୍‌କୋର୍ଟ ଖାରଜ କରି କହିଛନ୍ତି ଯେ ଏହି ମାମଲାର ବିଚାର କରିବା ପାଇଁ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁପ୍ରିମ୍‌କୋର୍ଟରେ ଏକ ୫ ଜଣିଆ ଖଣ୍ଡପୀଠ ଗଠିତ ହେବ। ଏନେଇ ଜଷ୍ଟିସ୍‌ ଏଏମ୍‌ ଖନଓ୍ଵିଲ୍‌କର ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି କି ସୁପ୍ରିମ୍‌କୋର୍ଟ ଏ ସଂପର୍କରେ ଆବେଦନକାରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe