ମୁଖତାର ଅନସାରୀର ପୁଅ ଅବ୍ବାସକୁ ମିଳିଲାନି ଜାମିନ

ଆହ୍ଲାବାଦ ହାଇକୋର୍ଟ ମୃତ ମାଫିଆ ମୁଖତାର ଅନସାରୀର ପୁଅ ତଥା ବିଧାୟକ ଅବ୍ବାସ ଅନସାରୀକୁ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ଆବାସ ଅନସାରୀର ଜାମିନ ଆବେଦନ ଖାରଜ କରିଦେଇଛନ୍ତି। 

abbas ansari

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ମୃତ ମାଫିଆ ମୁଖତାର ଅନସାରୀର ପୁଅ ତଥା ବିଧାୟକ ଅବ୍ବାସ ଅନସାରୀକୁ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ଆବାସ ଅନସାରୀର ଜାମିନ ଆବେଦନ ଖାରଜ କରିଦେଇଛନ୍ତି। 

ସୂଚନା ଅନୁସାରେ ଏସବିଏସପି ବିଧାୟକ ଅବ୍ବାସର ଜାମିନ ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ଆଜି ରାୟ ଶୁଣାଇଥିଲେ। ଗ୍ୟାଙ୍ଗଷ୍ଟର ଆକ୍ଟ ଅଧୀନରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ଆବାସ ଅନସାରୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅବ୍ବାସ ଅନସାରୀ ଏହି ଜାମିନ ଆବେଦନ କରିଥିଲେ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ସମିତ ଗୋପାଳଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। 
ଏହା ପୂର୍ବରୁ ମୁଖତାର ଅନସାରୀଙ୍କ ବିଧାୟକ ପୁଅ ଅବ୍ବାସ ଅନସାରୀଙ୍କୁ ସୁପ୍ରିମକୋର୍ଟରୁ ବି ଏକ ବଡ଼ ଝଟକା ଲାଗିଥିଲା। ନିକଟରେ ସୁପ୍ରିମ୍ କୋର୍ଟ ଅବ୍ବାସ ଅନସାରୀଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆର୍ମସ ଆକ୍ଟ ମାମଲାରେ ଏହା ପୂର୍ବରୁ ସୁପ୍ରିମକୋର୍ଟ ଆବ୍ବାସକୁ ଜାମିନ ଦେଇଥିଲେ । କିନ୍ତୁ ଏହା ପରେ ଇଡି ମନି ଲଣ୍ଡରିଂ ମାମଲାରେ ଅବ୍ବାସ ଅନସାରୀଙ୍କୁ ଗିରଫ କରିଥିଲା। ଡିସେମ୍ବର ୨୦୨୨ରେ ମାଫିଆ ତଥା ମାଉର ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe