କୋଭିଡ କାରଣରୁ ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ହେବ ନାହିଁ କୌଣସି ସମାରୋହ

Advertisment
କୋଭିଡ କାରଣରୁ ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ହେବ ନାହିଁ କୌଣସି ସମାରୋହ

Economics Times

ନୂଆଦିଲ୍ଲୀ: କୋଭିଡ୍‌-୧୯ ପ୍ରତିବନ୍ଧକ କାରଣରୁ ଚଳିତ ବର୍ଷ, ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ- ପାକ୍‌ ଓ୍ଵାଘା ଅଟ୍ଟାରୀ ସୀମାରେ କୌଣସି ମିଳିତ କିମ୍ବା ସମନ୍ଵିତ ପରେଡ ହେବ ନାହିଁ କିମ୍ବା କୌଣସି ପ୍ରକାରର (ବିଟିଂ ରିଟ୍ରିଟ୍‌) ସମାରୋହର ଆୟୋଜନ ହେବ ନାହିଁ। ଏଥିସହ କୌଣସି ସାଧାରଣ ଜନତାଙ୍କୁ ମଧ୍ୟ ସେଠାକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ।

ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ- ପାକ୍‌ ଓ୍ଵାଘା ଅଟ୍ଟାରୀ ସୀମାରେ ଉଭୟ ଦେଶର ସେନା ପକ୍ଷରୁ ମିଳିତ ପରେଡ ଆୟୋଜିତ ହୋଇଥାଏ। ଏହାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉଭୟ ପାର୍ଶ୍ୱରୁ ଦେଖିଥାନ୍ତି। ତେବେ, ଚଳିତ ବର୍ଷ ଅଟ୍ଟାରି ସୀମାରେ କୋଭିଡ୍‌-୧୯ ପ୍ରତିବନ୍ଧକ ଯୋଗୁଁ କୌଣସି ଜନସାଧାରଣଙ୍କୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।

ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ଚଳିତ ବର୍ଷ କୌଣସି ମିଳିତ କିମ୍ବା ସମନ୍ଵିତ ପରେଡ ମଧ୍ୟ ହେବ ନାହିଁ। କୋଭିଡ୍‌-୧୯ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଭାରତ ନିଜ କାର୍ଯ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ ଓ ଅବତରଣ କରିବ ବୋଲି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୭ରୁ କୋଭିଡ୍‌-୧୯ ପ୍ରତିବନ୍ଧକ ହେତୁ ଅଟ୍ଟାରୀ ସୀମାକୁ ଯିବା ପାଇଁ ଜନସାଧାରଣଙ୍କୁ ଅନୁମତି ଦିଆ ଯାଉନାହିଁ। ତା’ଛଡ଼ା ପାକିସ୍ତାନ ସହ ସମ୍ପର୍କ ତିକ୍ତ ହେବା ପରେ ଭାରତ ପକ୍ଷରୁ ବିଭିନ୍ନ ସମୟରେ ପାକିସ୍ତାନକୁ ଅଟ୍ଟାରୀ ସୀମାରେ ଯେଉଁ ମିଠା ପ୍ରଦାନ କରାଯାଉଥିଲା, ତାହା ମଧ୍ୟ ଏବେ ଆଉ କରାଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe