କରୋନା ମୃତ୍ୟୁହାର ହ୍ରାସ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ : ଏମ୍ସ

Advertisment
କରୋନା ମୃତ୍ୟୁହାର ହ୍ରାସ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ : ଏମ୍ସ

ETHealthworld

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ ଟିକା ପୂର୍ବରୁ ପ୍ଲାଜମା ଥେରାପିର ସାହାରା ନେଉଥିଲେ ଡାକ୍ତର। କରୋନାରୁ ମୁକ୍ତ ହେଉଥିବା ଲୋକେ ନିଜ ପ୍ଲାଜମା ଦାନ କରୁଥିଲେ, ଯାହାକୁ ପରେ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିଲା। ପ୍ରଥମେ ପ୍ଲାଜମା ଥେରାପି ଲୋକଙ୍କୁ କରୋନା ମୁକ୍ତ କରୁଥିବା ନେଇ କୁହାଯାଉଥିବା ବେଳେ ଏବେ ଦିଲ୍ଲୀସ୍ଥିତ ଏମ୍ସ ଡାକ୍ତରଖାନା ଭିନ୍ନ ମତ ରଖିଛି।  କରୋନା ମୃତ୍ୟୁହାର ହ୍ରାସ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ ବୋଲି କହିଛି ଏମ୍ସ । ୩୦ଜଣ ରୋଗୀଙ୍କ ଉପରେ କରାଯାଇଥିବା ପରୀକ୍ଷା ଆଧାରରେ ଏମ୍ସ ଏହି ଆକଳନ କରିଛି |

ଆଜିକାଲି କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଶରୀରରୁ ପ୍ଲାଜମା ନେଇ ସଂକ୍ରମିତ ଲୋକଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ବର୍ତ୍ତମାନ ଏମ୍ସର ଏହି ଅଧ୍ୟୟନ ଲୋକଙ୍କ ଆଶାକୁ ଦୁର୍ବଳ କରିପାରେ ବୋଲି ଚର୍ଚ୍ଚା ହେଉଛି |

65 patients part of multi-centre clinical trial to test plasma ... The Indian Express

ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଏହା ଏକ ପ୍ରାଥମିକ ବିଶ୍ଳେଷଣ | ୧୫ଜଣ ରୋଗୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ  ପ୍ଲାଜମା ଥେରାପିର ଫଳପ୍ରଦତା ଜାଣିବା ପାଇଁ ଏକ ପରୀକ୍ଷା କରାଯାଇଥିଲା। ଗୋଟିଏ ଗୋଷ୍ଠୀକୁ ସାଧାରଣ ଚିକିତ୍ସା ଦିଆଯାଇଥିବାବେଳେ ଅନ୍ୟ ଗୋଷ୍ଠୀକୁ ସାଧାରଣ ଚିକିତ୍ସା ବ୍ୟତୀତ ପ୍ଲାଜମା ଦିଆଯାଇଥିଲା। ପରୀକ୍ଷଣରେ ଆମେ ଜାଣିବାକୁ ପାଇଲୁ ଯେ, ଉଭୟ ଗୋଷ୍ଠୀରେ ମୃତ୍ୟୁ ହାର ସମାନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ବି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଆମକୁ ଅଧିକ ପ୍ରମାଣ ଦରକାର | ବର୍ତ୍ତମାନ ପରୀକ୍ଷଣରୁ ଜଣାପଡିଛି ଯେ, ପ୍ଲାଜମା ଥେରାପି ସୁରକ୍ଷିତ ଅଟେ। କିନ୍ତୁ ଏହା ମୃତ୍ୟୁହାର କମ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ନୁହେଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe