ନୂଆଦିଲ୍ଲୀ : ଭାରତୀୟ ରେଳ ମାର୍ଚ୍ଚ ୩୧ରୁ କେତେକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହି ନିୟମ ଅନୁଯାୟୀ ରେଳ କର୍ମଚାରୀ ଆପଣଙ୍କୁ ପ୍ରଥମେ ଖାଦ୍ୟର ବିଲ୍ ଦେବେ, ତା’ପରେ ହିଁ ଯାତ୍ରୀ ଟଙ୍କା ଦେବେ। କାରଣ ଗତ ବର୍ଷ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ରେଳଯାତ୍ରୀଙ୍କ ଦ୍ୱାରା ଖାଦ୍ୟର ବିଲ୍ ସମ୍ବନ୍ଧୀୟ ୭୦୦୦ ଅଭିଯୋଗ ପତ୍ର ମିଳିଥିଲା । ଏହାପରେ ରେଳ ମନ୍ତ୍ରୀ ପ୍ରଥମେ ବିଲ୍ ଦେବା ନିୟମ ଲାଗୁ କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ , ଗତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଟ୍ରେନରେ ଖାଦ୍ୟ ଏବଂ ପାନୀୟ ପାଇଁ ଯାତ୍ରୀଙ୍କଠାରୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଆଦାୟ କରାଯାଇଛି ବୋଲି ୭୦୦୦ଟି ଅଭିଯୋଗ ଆସିଥିଲା । ଏହାପରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଯାତ୍ରୀଙ୍କ ସୁବିଧା ପାଇଁ ଆସନ୍ତା ୩୧ ତାରିଖରୁ ଏହି ନିୟମ ଲାଗୁ କରିବା ପାଇଁ ଯାଉଛନ୍ତି । ଏହି ନିୟମ ଅନୁଯାୟୀ , ଟ୍ରେନରେ ଯାତ୍ରା ସମୟରେ ଯେଉଁ ପର୍ଯ୍ୟନ୍ତ ଆପଣଙ୍କୁ ଖାଦ୍ୟର ବିଲ୍ ମିଳିନାହିଁ ସେ ପର୍ଯ୍ୟନ୍ତ କୌଣସି ଟଙ୍କା ଅପଣଙ୍କୁ ଦେବା ଆବଶ୍ୟକ ନାହିଁ । ଏହି ବିଲରେ ଖାଦ୍ୟର ସଠିକ୍ ମୂଲ୍ୟର ବିବରଣୀ ଆପଣଙ୍କୁ ମିଳିବା ସହ କେଉଁ ଜିନିଷ କେତେ ଟଙ୍କା ତାହା ମଧ୍ୟ ଉଲ୍ଲେଖ ରହିବ।
thebetterindia.comଏହି ନିୟମ ବିଷୟରେ ଆଇଆରସିଟିସିର େଓ୍ଵବସାଇଟରେ ଏକ ବିଜ୍ଞାପନ ଦିଆଯାଇଛି । ଏହା ଛଡ଼ା ଯାତ୍ରା ସଂପର୍କିତ ବିଭିନ୍ନ େଓ୍ଵବସାଇଟରେ ଏହାର ବିଜ୍ଞାପନ ମଧ୍ୟ ଦିଆଯାଉଛି। ସାଧାରଣତଃ ଟ୍ରେନର ଟିକେଟରେ ଟଙ୍କା ସହିତ ଦିଆଯାଇଥିବା ଖାଦ୍ୟ ବିଷୟରେ କିଛି ସୂଚନା ମିଳିନଥାଏ। ଯାହା ଦ୍ୱାରାଯାତ୍ରୀ ଠକାମୀର ସମ୍ମୁଖୀନ ହୋଇଥାନ୍ତି । ଏହି ନିୟମ ଦ୍ୱାରା ଯାତ୍ରୀ ବର୍ତ୍ତମାନ ତାଙ୍କ ଟିକେଟ ଏବଂ ଖାଦ୍ୟ ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ବିଷୟରେ ବିନା କୌଣସି ସନ୍ଦେହରେ ଜାଣିପାରିବେ ।
Follow Us