ଭାରତ-ଚୀନ୍‌ ମଧ୍ୟରେ ସୀମା ନାହିଁ!

Advertisment
ଭାରତ-ଚୀନ୍‌ ମଧ୍ୟରେ ସୀମା ନାହିଁ!

F&L; Asia

ନୂଆଦିଲ୍ଲୀ: ଭାରତ-ଚୀନ୍‌ ମଧ୍ୟରେ ସୀମା ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଧାରଣା ଥିଲା। କୁଆଡେ ଟ୍ରମ୍ପ୍‌ ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଥିଲେ ଏବଂ ମୋଦୀ ଏଥିରେ ବିସ୍ମୟ ପ୍ରକାଶ କରିଥିଲେ। ଟ୍ରମ୍ପ୍‌ଙ୍କ ଏଭଳି ନିର୍ବୋଧତା ସମ୍ପର୍କରେ ପୁଲ୍‌ତିଜର ପୁରସ୍କାର ବିଜେତା ଲେଖକଙ୍କ ବହିରେ ଉଲ୍ଲେଖ ରହିଛି। ଏ କଥା‌କୁ ନେଇ ୱାସିଂଟନ୍‌ ପୋଷ୍ଟର ସାମ୍ବାଦିକ ଫିଲିପ୍‌ ରକର ଏବଂ କାରୋଲ୍‌ ଲିଓନିଂ ମଧ୍ୟ ରିପୋର୍ଟିଂ କରିଛନ୍ତି। ଏସିଆ ସମ୍ପର୍କରେ ଟ୍ରମ୍ପ୍‌ଙ୍କର ଏଭଳି ସାଧାରଣ ଜ୍ଞାନର ଅଭାବକୁ ଏଥିରେ ବ୍ୟଙ୍ଗ କରାଯାଇଛି। ସେହିଭଳି ନେପାଳ ଓ ଭୁଟାନ୍‌ ଭାରତର ଅଂଶ ବୋଲି ଟ୍ରମ୍ପ୍‌ ଭାବିଥିଲେ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe