ପାଟନା କଲେଜରେ ବୁର୍ଖା ନିଷେଧ; ଆଦେଶ ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା

Advertisment
ପାଟନା କଲେଜରେ ବୁର୍ଖା ନିଷେଧ; ଆଦେଶ ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା

Image Source: India Today

ପାଟନା: ପାଟନାର ଗୋଟାଏ କଲେଜ ପ୍ରଣୟନ କରିଥିବା ଡ୍ରେସ୍‌କୋଡ୍‌ ଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀମାନେ ଆଉ କଲେଜ ପରିସରରେ ବୁର୍ଖା ପରିଧାନ କରିପାରିବେ ନାହିଁ।

ପାଟନାର ଜେ. ଡି. ମହିଳା ମହାବିଦ୍ୟାଳୟରେ ଏହି ନିଷେଧାଦେଶ ପ୍ରଣୟନ କରାଯାଇଛି। କଲେଜର ପ୍ରୋକ୍ଟର୍‌ ଏବଂ ପ୍ରିନ୍‌ସିପାଲ୍‌ଙ୍କ ଦସ୍ତଖତ ଥିବା ଏକ ନୋଟିସ୍‌ରେ କୁହାଯାଇଛି ଯେ ଛାତ୍ରୀମାନେ ନୂଆ ଡ୍ରେସ୍‌କୋଡ୍‌ ଅନୁସାରେ ପୋଷାକ ପରିଧାନ କରିବେ।

ଏହାକୁ ଉଲ୍ଲଂଘନ କରେ ୨୫୦ ଟଙ୍କା ଜରିମାନା ପଡ଼ିବ ବୋଲି କଲେଜ ପ୍ରଶାସନ ଚେତାବନୀ ଦେଇଛି। କିନ୍ତୁ, ଲାଗୁ ହୋଇଥିବା ଡ୍ରେସ୍‌କୋଡ୍‌ ବିଷୟରେ ଉକ୍ତ ନୋଟିସ୍‌ରେ ସବିଶେଷ ବିବରଣୀ ଦିଆଯାଇ ନାହିଁ।

publive-image Image Source: India Today

ନୋଟିସ୍‌ରେ ଉଲ୍ଲେଖ ଅଛି: ଶନିବାର ଦିନକୁ ବାଦ ଦେଇ, ପ୍ରତିଦିନ ନିର୍ଦ୍ଧାରିତ ଡ୍ରେସ୍‌କୋଡ୍‌ ଅନୁସାରେ, ପୋଷାକ ପରିଧାନ କରି ସମସ୍ତ ଛାତ୍ରୀ କଲେଜ ଆସିବେ। କଲେଜରେ ବୁର୍ଖା ପିନ୍ଧିବା ବାରଣ କରାଯାଇଛି। ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା ପଡ଼ିବ।

ଏହି ନିଷେଧାଦେଶକୁ ବିରୋଧ କରି ଶନିବାର ଦିନ ଛାତ୍ରୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ଏହି ଆଦେଶର ଯଥାର୍ଥତା ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧି କଲେଜର ଅଧ୍ୟକ୍ଷା ଶ୍ୟାମା ରାୟଙ୍କୁ ପଚାରିବାରୁ ସେ କହିଲେ ଯେ ବୁର୍ଖା ନିଷିଦ୍ଧାଦେଶକୁ ସେ ପ୍ରତ୍ୟାହାର କରିନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe