Photo Courtesy of India Today
ଚଣ୍ଡିଗଡ଼: ଫୋନ୍-ଟ୍ୟାପିଙ୍ଗ୍ ଭୟରେ ଗୁରମୀତ୍ ରାମ୍ ରହିମ୍ଙ୍କ ଝିଅ ହନିପ୍ରୀତ୍ ଇନ୍ସାନ୍, ଡେରା ସଚ୍ଚା ସୌଦାର ମୁଖପାତ୍ର ଡକ୍ଟର୍ ଆଦିତ୍ୟ ଇନ୍ସାନ୍ଙ୍କ ସହ ଅନ୍ୟ ନିରୁଦିଷ୍ଟମାନେ ସେମାନଙ୍କ ଫୋନ୍ ଫିଙ୍ଗିଦେଇଛନ୍ତି ଅଥବା ସୁଇଚ୍ ଅଫ୍ କରି ଦେଇଛନ୍ତି।
ହରିୟାନା ପୁଲିସ ସୂତ୍ରରୁ ପ୍ରକାଶ ନୂତନ ନମ୍ବରମାନ ବ୍ୟବହାର କରି ହ୍ଵାଟ୍ସ୍ଆପ୍ ଭଳି ଚାଟ୍ ଆପ୍ଲିକେସନ୍ ମାଧ୍ୟମରେ ଡେରା ସହଯୋଗୀମାନେ ପରସ୍ପର ସହ ସମ୍ପର୍କ ରଖିଛନ୍ତି ବୋଲି ଜଣାପଡୁଛି।
ହରିୟାନା ଗୃହ ସଚିବ ଏସ୍ଏସ୍ ପ୍ରସାଦ ଦାବିକରିଛନ୍ତି ଯେ ଏଭଳି ଆପ୍ ଯୋଗୁଁ ହନିପ୍ରୀତ୍ ଏବଂ ଅନ୍ୟାନ୍ୟ ଫେରାର ଆସାମିମାନଙ୍କୁ ଠାବ କରାଯାଇ ପାରୁନାହିଁ।
ଏସ୍ଏସ୍ ପ୍ରସାଦ କହିଛନ୍ତି: ବାର୍ତ୍ତା ବିନିମୟ ନିମନ୍ତେ ହନିପ୍ରୀତ୍ ଇନ୍ସାନ୍ ଏବଂ ଅନ୍ୟମାନେ ହ୍ଵାଟ୍ସ୍ଆପ୍ ବ୍ୟବହାର କରୁଛନ୍ତି। ଏହା ହିଁ ସେମାନଙ୍କ ଗିରଫଦାରିରେ ବିଳମ୍ବ କରାଉଛି। ଆମ ରାଡାରରେ ଅନେକ ଡେରା ଅନୁଗାମୀ ଅଛନ୍ତି, ତାହା ଯୋଗୁଁ ବହୁ ସ୍ଥାନରେ ଚଢ଼ଉ କରିବା ଡେରି ହେଉଛି। ଚଢ଼ଉ ସଂକ୍ରାନ୍ତ ସୂଚନା ପୂର୍ବରୁ ପ୍ରଘଟ ହେଉଛି ବୋଲି ପୁଲିସ ବିରୋଧରେ ଆସୁଥିବା ଅଭିଯୋଗ ଭିତ୍ତିହୀନ।
ସେମାନଙ୍କ ଫୋନ୍ ଟ୍ୟାପିଙ୍ଗ୍ କରି ପୁଲିସ ଏବଂ ନିରାପତ୍ତା ଗୁଇନ୍ଦାମାନେ ଅପରାଧୀମାନଙ୍କୁ ଠାବ କରି ସେମାନେ ରହୁଥିବା ସ୍ଥାନକୁ ଯାଉଛନ୍ତି। କିନ୍ତୁ, ଫୋନ୍ ବ୍ୟବହାର ବାବଦରେ ଡେରା ସହଯୋଗୀମାନେ ଭାରି ସତର୍କ ଅଛନ୍ତି।
କେତେକ ରିପୋର୍ଟରୁ ଜଣାପଡୁଛି ଯେ ଗୁରମୀତ୍ ରାମ୍ ରହିମ୍ଙ୍କୁ ଯୁଗଳ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ହ୍ଵାଟ୍ସ୍ଆପ୍ ଗ୍ରୁପ୍ ଗଢ଼ା ଯାଇଥିଲା।
କେବଳ ସ୍ପର୍ଶକାତର ସୂଚନା ନୁହେଁ ହିଂସାକାଣ୍ଡ ଏବଂ ପୋଡ଼ାଜଳା ଭିଆଇବାକୁ ମଧ୍ୟ ଏହାଦ୍ୱାରା ଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2017/10/bb.jpg)