‘ନିଟ୍’ ଓ ‘ଜେଇଇ’ ପରୀକ୍ଷା ସମୟସୂଚୀରେ ପରିବର୍ତ୍ତନ ହେବନାହିଁ; ପରୀକ୍ଷା ପରିଚାଳନା ଲାଗି ନୂଆ ସୁରକ୍ଷା ବ୍ୟବସ୍ଥା ଘୋଷଣା କଲା ‘ଏନ୍ଏଟି’

Advertisment
ଆଜି ଜେଇଇ ମେନ୍‌-୨

Image Courtesy of India Today

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ‘ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍’ (ମେନ୍) ଏବଂ ‘ନ୍ୟାସ୍‌ନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌’ (ଏନ୍‌ଇଇଟି-ୟୁଜି) ପରୀକ୍ଷା ସେପ୍ଟେମ୍ବର ମାସରେ କରାଯିବ ବୋଲି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍ ଏଜେନ୍‌ସି’ (ଏନ୍‌ଟିଏ) ମଙ୍ଗଳବାର ଦିନ ଏକ ଆନୁଷ୍ଠାନିକ ବିବୃତିରେ କହିଛି।

କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ଏ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ବାତିଲ କରାଯାଉ ବ‌ୋଲି ସବୁ ମହଲରୁ ଉଠୁଥିବା ଦାବି ସତ୍ତ୍ବେ ‘ଏନ୍‌ଟିଏ’ ଏ ଭଳି ବିବୃତି ଦେଇଛି।

‘ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍’ (ମେନ୍) ସେପ୍ଟେମ୍ବର ୧ରୁ ୧୬ ମଧ୍ୟରେ ହେବାକୁ ଥିବାବେଳେ ‘ନ୍ୟାସ୍‌ନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ସେପ୍ଟେମ୍ବର ୧୩ରେ କରାଯିବାକୁ ଯୋଜନା କରାଯାଇଛି। ‘ଜେଇଇ’ (ମେନ୍) ନିମନ୍ତେ ଆଡ୍‌ମିଟ୍‌ କାର୍ଡ ପଠାଯାଇ ସାରିଛି ଏବଂ ଖୁବ୍ ଶୀଘ୍ର ‘ନିଟ୍ (ୟୁଜି)’ ୨୦୨୦ ଆଡ୍‌ମିଟ୍‌ କାର୍ଡ ପଠାଯିବ ବୋଲି ‘ଏନ୍‌ଟିଏ’ କହିଛି।

publive-image Image Courtesy of Zee News

ସାମାଜିକ ଦୂରତ୍ବ ବଜାୟ ରଖିବା ନିମନ୍ତେ ପରୀକ୍ଷା କେନ୍ଦ୍ର ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯାଇଛି। ହଲ୍ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ପରୀକ୍ଷାର୍ଥୀମାନେ ଗୋଟିଏ ଗୋଟିଏ ସିଟ୍‌ ଛାଡ଼ି ବସିବେ। ପୂର୍ବରୁ ଗୋଟିଏ ହଲ୍‌ରେ ୨୪ ଜଣ ପରୀକ୍ଷାର୍ଥୀଙ୍କ ଲାଗି ସିଟ୍‌ ବ୍ୟବସ୍ଥା ହେଉଥିବା ବେଳେ ଏଥର ସିଟ୍‌ ସଂଖ୍ୟା ୧୨କୁ ହ୍ରାସ କରାଯାଇଛି।

ସେହିଭଳି ପରୀକ୍ଷା କେନ୍ଦ୍ର ବାହାରେ ମଧ୍ୟ କୋଭିଡ୍-୧୯ ସୁରକ୍ଷା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସମୁଚ୍ଚିତ ଲୌକିକ ଦୂରତ୍ବ ବଜାୟ ରଖିବାକୁ ପରୀକ୍ଷାର୍ଥୀମାନ‌େ କ’ଣ କରିବେ କ’ଣ କରିବେ ନାହିଁ, ସେଥିପାଇଁ ଏକ ଆଡ୍‌ଭାଇଜରି ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe