ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମନ୍ତବ୍ୟର ଏବେ ପାଲଟା ଜବାବ ଦେଇଛନ୍ତି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ବିଜେପିକୁ ଏକ କାଉଣ୍ଟର୍ ଆଟାକ୍ (ପ୍ରତି ଆକ୍ରମଣ)ରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ୍ ଆଜି କହିଛନ୍ତି ଯେ ଦଳର କୌଣସି ଏଜେଣ୍ଡା ନାହିଁ କି କେହି ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତିି। ସେ ଆହୁରି ବି କହିଛନ୍ତି, ‘‘ବିଜେପି କେବଳ ଗୋଟାଏ କାମ ଜାଣିଛି। କିପରି ଅରବିନ୍ଦ କେଜ୍ରିୱାଲ୍କୁ ହଇରାଣ କରାଯାଇପାରିବ।’’ କେଜ୍ରିୱାଲ୍ଙ୍କ କହିବା କଥା ହେଲା ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର କୌଣସି ଯୋଜନା ନାହିଁ। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ସମ୍ମାନ ଯୋଜନା ପାଇଁ ଦଳ ଦ୍ୱାର ପଞ୍ଜୀକରଣ ଆରମ୍ଭ କରାଯାଇଥିବା ବେଳେ ଆପ୍ ମୁଖ୍ୟ ଏକ ସମ୍ମିଳନୀକାରୀ ଏପରି କହିଛନ୍ତି।
ଅନ୍ୟପକ୍ଷରେ ଜାତୀୟ ରାଜଧାନୀରେ ଆପ୍ ସରକାରଙ୍କ ବିରୋଧରେ ଅରୁପ ପାତ୍ର (ଅଭିଯୋଗ ତାଲିକା) ନେଇ ବିଜେପି ଅଣ୍ଟା ଭିଡିଛି। ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ‘‘ଦିଲ୍ଲୀ ସରକାର ଦେଶରେ ସବୁଠାରୁ ଅପାରଗ। ଆପ୍ ସରକାର ମାଗଣାରେ ଜଳ ଯୋଗାଇବାକୁ କହିଥିଲେ। ହେଲେ ଆଜି ଲୋକମାନେ ଟ୍ୟାଙ୍କର୍ ପାଇଁ ହଜାର ହଜାର ଟଙ୍କା ଦେଉଛନ୍ତି। ସେମାନେ କହିଥିଲେ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବେ। ଏବେକାର ଏକ୍ୟୁଆଇ ଦେଖନ୍ତୁ। ଆପ ଦୁର୍ନୀତି ମୁକ୍ତ ସରକାର ସ୍ଲୋଗାନ୍ ଦେଉଥିବା ବେଳେ ଦଳର ମନ୍ତ୍ରୀମାନେ ବାର୍ ପଛରେ ଧାଉଁଛନ୍ତି।’’
Follow Us