ବନ୍ୟ ଯନ୍ତୁମାନଙ୍କୁ ନେଇ ଆଉ ପ୍ରଦର୍ଶନ କରାଯାଇ ପାରିବ ନାହିଁ ସର୍କସ

ବନ୍ୟ ଯନ୍ତୁମାନଙ୍କୁ ନେଇ ଆଉ ପ୍ରଦର୍ଶନ କରାଯାଇ ପାରିବ ନାହିଁ ସର୍କସ

ନୂଆଦିଲ୍ଲୀ: ସର୍କସ ପ୍ରେମୀମାନଙ୍କ ପାଇଁ ଏକ ଦୁଃଖଦ ଖବର। ଏଣିକି ବନ୍ୟ ଯନ୍ତୁମାନଙ୍କୁ ନେଇ କରାଯାଉଥିବା ସର୍କସ ଉପରେ ଲଗାଯାଇଛି ପ୍ରତିବନ୍ଧକ। ପରିବେଶ, ବନ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମ୍‌ଓଇଏମଫସିସି) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ଯେ ଦେଶରେ ବନ୍ୟ ଯନ୍ତୁଙ୍କ ଦ୍ୱାରା ଯେଉଁ ସର୍କସ ପ୍ରଦର୍ଶନ ହେଉଥିଲା ତାହା ଏଣିକି ଆଉ ହୋଇପାରିବ ନାହିଁ। ଏମ୍‌ଓଇଏମଫସିସିର ସେଣ୍ଟ୍ରାଲ୍‌ ଜୁ ଅଥରିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପଶୁ ସୁରକ୍ଷା ନେଇ ଗତ ବର୍ଷ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚର ଫଳ ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରେ ପଶୁମାନଙ୍କ ଉପରେ ହେଉଥିବା କ୍ରୁରତା ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିଲା ଯେ ବାଘ, ଭାଲୁ, ମାଙ୍କଡ଼, ସିଂହ ଇତ୍ୟାଦି ଯନ୍ତୁମାନଙ୍କୁ ବଳପୂର୍ବକ ପ୍ରଶିକ୍ଷଣ ପ୍ରଦାନ କରାଯିବା ବେନିୟମ। ସେବେଠାରୁ ଅନେକ ସର୍କସ ମାଷ୍ଟର୍‌ ହାତୀ ଜରିଆରେ ସର୍କସ ପ୍ରଦର୍ଶନ କରିଆସୁଥିଲେ। ମାତ୍ର ବର୍ତ୍ତମାନ ମନ୍ତ୍ରାଳୟ ପକ୍ଷରୁ ପ୍ରିଭେନସନ୍‌ ଅଫ୍‌ କ୍ରୁଏଲ୍‌ଟି ଟୁ ଆନିମଲ୍‌ ଆକ୍ଟ, ୧୯୬୦ ଅନୁଯାୟୀ ଏଭଳି ଅନେକ ସର୍କସକୁ ବିପଞ୍ଜିକୃତ କରି ଦିଆଯାଇଛି। ଏପରିକି ଗତ ବର୍ଷ ଏହି ମାମଲା ନେଇ ଦୁଇ ସର୍କସ ମାଷ୍ଟର କୋର୍ଟ ସର୍କସ ରୋକିବା ନେଇ ପୁର୍ନବିଚାର ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe