ଚର୍ଚ୍ଚାରେ ଆଖିମିଟିକା : ରାହୁଲଙ୍କ ଆଲିଙ୍ଗନ, ମୋଦୀ ବିସ୍ମିତ 

Advertisment
ଚର୍ଚ୍ଚାରେ ଆଖିମିଟିକା : ରାହୁଲଙ୍କ ଆଲିଙ୍ଗନ, ମୋଦୀ ବିସ୍ମିତ 

ନୂଆଦିଲ୍ଲୀ : ଆଜି ଅନାସ୍ଥା ପ୍ରସ୍ତାବରେ ବିତର୍କ ପାଇଁ କଂଗ୍ରେସକୁ ୩୮ ମିନିଟ୍‌ ମିଳିଥିଲା। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଅବଧିରେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ନିଯୁକ୍ତିି, ବିମୁଦ୍ରାକରଣ, ଜିଏସ୍‌ଟି, ରାଫେଲ୍‌ ଡିଲ, ମହିଳା ସୁରକ୍ଷା ଏବଂ ମିଥ୍ୟା ପ୍ରତିଶ୍ରୁତି ଆଦିକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ତେବେ ରାହୁଲଙ୍କ କେତେକ ଆଚରଣରେ ଆଜି ଗୃହରେ ହାସ୍ୟରୋଳ ପରିସ୍ଥିତି ଉପୁଜିଥିଲା।  ଭାଷଣ ଶେଷ ପରେ ରାହୁଲ ସିଧା ମୋଦୀଙ୍କ ନିକଟକୁ ଯାଇଥିଲେ। ମୋଦୀ କରମର୍ଦ୍ଦନ ପାଇଁ ହାତ ବଢ଼ାଇଥିଲେ। କିନ୍ତୁ ରାହୁଲ ସିଧାସଳଖ ତାଙ୍କୁ ବସିଥିବା ଅବସ୍ଥାରେ ଆଲିଙ୍ଗନ କରିଥିଲେ। ଏଥିରେ ମୋଦୀ ବିସ୍ମିତ ହୋଇଯାଇଥିଲେ। ରାହୁଲ ଆଲିଙ୍ଗନ କରି ତୁରନ୍ତ ଫେରୁଥିବା ବେଳେ ମୋଦି ତାଙ୍କୁ ପଛକୁ ଡାକି ହାତ ମିଳାଇବା ସହ ପିଠି ଥାପୁଡ଼ାଇ କିଛି କହିଥିଲେ। ମୋଦି ରାହୁଲଙ୍କ ତାଙ୍କ ଭାଷଣ ପାଇଁ ଅଭିନନ୍ଦନ ଜଣାଇଥିବା ବେଳେ ଏହି ଦୃଶ୍ୟ ବେଶ୍‌ ବିରଳ ଥିଲା। ଗୃହରେ ସମସ୍ତ ସାଂସଦ ଏଭଳି ନାଟକୀୟ ଦୃଶ୍ୟ ଦେଖି ବିସ୍ମିତ ହୋଇଥିଲା। ଏହାପରେ ରାହୁଲ ନିଜ ଆସନରେ ବସିବା ପରେ ତାଙ୍କ ଭାଷଣ ଓ ଆଲିଙ୍ଗନକୁ ଅନ୍ୟ କଂଗ୍ରେସ ସାଂସଦ ପ୍ରଶଂସା କରିବାରୁ ସେ ଆଖିମିଟିକା ମାରିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe