୧୫ ରାଜ୍ୟର ୨୫ ଜିଲ୍ଲାରେ ନୂଆ ମାମଲା ନାହିଁ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପିଲା

Advertisment

୩୨୪ ମୃତ, ମହାରାଷ୍ଟ୍ରରେ ୨୦୬୪ ଆକ୍ରାନ୍ତ, ବିଦେଶରୁ ଭାରତୀୟଙ୍କୁ ଆଣିବା ମାମଲା: ସୁପ୍ରିମ୍‌ କୋର୍ଟରେ ଶୁଣାଣି ୪ ସପ୍ତାହ ଘୁଞ୍ଚିଲା

୩୨୪ ମୃତ, ମହାରାଷ୍ଟ୍ରରେ ୨୦୬୪ ଆକ୍ରାନ୍ତ, ବିଦେଶରୁ ଭାରତୀୟଙ୍କୁ ଆଣିବା ମାମଲା: ସୁପ୍ରିମ୍‌ କୋର୍ଟରେ ଶୁଣାଣି ୪ ସପ୍ତାହ ଘୁଞ୍ଚିଲା

ଆମେରିକାରେ ଡାକ୍ତରଙ୍କ ଅଭିନବ ଉଦ୍ୟମ: ଅଦୃଷ୍ଟ ଶକ୍ତିର ଉପସ୍ଥିତି ପ୍ରମାଣ ଲାଗି ଚିକିତ୍ସା ସହ ୫୦୦ କରୋନା ରୋଗୀଙ୍କ ପାଇଁ ଚାଲିଛି ପ୍ରାର୍ଥନା

eSakal

ନୂଆଦିଲ୍ଲୀ: ଭାରତରେ ଆଜି କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୯୩୫୨ରେ ପହଞ୍ଚିଛି। ଦେଶବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଥିବା ବେଳେ ୯୭୯ ଜଣ ଆରୋଗ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ର ବଡ଼ ସୁଫଳ ଏବେ ଦେଖିବାକୁ ମିଳିଛି। ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ ବିଗତ ୨ ସପ୍ତାହ ମଧ୍ୟରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଥିଲା। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୭୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୨୫ଟି ଜିଲ୍ଲାରୁ ୧୪ ଦିନ ଭିତରେ କୌଣସି ଆକ୍ରାନ୍ତ ଚିହ୍ନଟ ‌ନହେବା ସାମାଜିକ ଦୂରତ୍ବ ଏବଂ ଲକ୍‌ଡାଉନ୍‌ର ଏକ ବଡ଼ ଉପଲବ୍ଧି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି।

ବିଭିନ୍ନ ରାଷ୍ଟ୍ରରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ନେଇ ସୁପ୍ରିମ୍‌ କୋର୍ଟରେ ହୋଇଥିବା ବିଭିନ୍ନ ଆବେଦନ ଉପରେ ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। ଆଜି ସୁଦ୍ଧା ଦେଶରେ ୧,୮୬,୯୦୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୪.୩ ପ୍ରତିଶତ ପଜିଟିଭ୍‌ ମିଳିଛି। ଉତ୍ତର ପ୍ରଦେଶରେ ମୋଟ ୫୫୦ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୪୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ମଧ୍ୟପ୍ରଦେଶରେ କରୋନାର ହଟ୍‌ସ୍ପଟ ପାଲଟିଥିବା ଇନ୍ଦୋରରେ ମୃତ୍ୟୁ ସଂଖ୍ୟା ୩୩ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଆଜି ୮୨ ନୂଆ ମାମଲା ଚିହ୍ନଟ ହେବାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୪ରେ ପହଞ୍ଚିଛି। ରାଜସ୍ଥାନରେ ଆଜି ୪୩ ନୂଆ ମାମଲା ସହ ଆକ୍ରାନ୍ତଙ୍କ ସଂଖ୍ୟା ୮୪୭ରେ ପହଞ୍ଚିଛି। କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭ରେ ପହଞ୍ଚିଥିବା ବେଳେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବାଂ ୫୯ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆନ୍ଧ୍ରପ୍ରଦେଶରେ ୧୯ଟି ନୂଆ ମାମଲା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୨ରେ ପହଞ୍ଚିଛି। ରାଜ୍ୟରେ ଏବେ ବି ଅନେକ ଜମାତୀ ପ୍ରଶାସନ ପାଇଁ ଅପହଂଚ ଥିବାରୁ ସେମାନଙ୍କ ତଲାସୀ ଜାରି ରହିଛି। ଗୁଜରାଟରେ ଆଜି ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ କରୋନା ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୫୩୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଭାରତରେ ଥିବା ଅଧିକାଂଶ ଆମେରିକୀୟ ଆମେରିକା ଫେରିବାକୁ ଚାହାନ୍ତିନି
ନୂଆଦିଲ୍ଲୀ : କରୋନା ବିଶ୍ବ ମହାମାରୀ ଏବେ ସାରା ବିଶ୍ବକୁ ଭୟଭୀତ କରିଥିବାବେଳେ ଲୋକ ବି ନିଜ ସୁରକ୍ଷା ଦିଗକୁ ମାତ୍ରାଧିକ ଗୁରୁତ୍ବ ଦେଇ ନିଷ୍ପତ୍ତି ନେଉଛନ୍ତି। ଆମେରିକା ଏବେ ବିଶ୍ବସ୍ତରରେ କୋଭିଡ୍‌ -୧୯ର ହଟ୍‌ସ୍ପଟ୍‌ ହୋଇଥିବାବେଳେ ଏଠାରେ ମୃତ୍ୟୁସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏଭଳି ସ୍ଥିତିରେ ଜାଣିବାକୁ ମିଳିଛି ଯେ, ଭାରତରେ ରହିଥିବା କିଛି ଆମେରିକୀୟ ନାଗରିକ ନିଜ ଦେଶକୁ ଫେରିଯିବାପାଇଁ ଇଚ୍ଛୁକ ନାହାନ୍ତି। ଅଷ୍ଟ୍ରେଲିଆ ଏକ ସ୍ବତନ୍ତ୍ର ବିମାନ ଯୋଗେ ପ୍ରାୟ ୪୪୪ ନାଗରିକଙ୍କୁ ନୂଆଦିଲ୍ଲୀରୁ ମେଲବୋର୍ନ‌୍ ନେଇଥିବାବେଳେ ଆହୁରି ଅଧିକାଂଶ ତଥା ବିଶେଷ କରି ଆମେରିକୀୟମାନେ ସ୍ବଦେଶକୁ ଫେରିବାକୁ ଚାହିନାହାନ୍ତି। ଚଳିତ ସପ୍ତାହରେ କିଛି ଆମେରିକୀୟ ଅଧିକାରୀ କହିଛନ୍ତି, ଆମେରିକା ବିଭିନ୍ନ ରାଷ୍ଟ୍ରରେ ଥିବା ଏହାର ନାଗରିକଙ୍କୁ ସ୍ବତନ୍ତ୍ର ବିମାନ ‌‌ଯୋଗେ ଆମେରିକାକୁ ଆଣିବାକୁ ଚାହିଥିଲେ ମଧ୍ୟ ଭାରତରେ ଥିବା ଆମେରିକୀୟ ନାଗରିକ ଭାରତରେ ରହିବାକୁ ପସନ୍ଦ କରିଛନ୍ତି। ଆମେରିକା‌ ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଟ୍ବିଟ୍‌ କରି କହିଥିଲେ ୫୦,୦୦୦ ଲୋକଙ୍କୁ ଫେରାଇ ନିଆଯାଇଛି। କିନ୍ତୁ ଭାରତରେ ଥିବା ଆମେରିକୀୟ ଫେରିବାକୁ ଚାହିନାହାନ୍ତି। ଆମେରିକା ବିଦେଶ ବିଭାଗର ଜଣେ ଅଧିକାରୀ କହିଛନ୍ତି ଭାରତରେ ଥିବା ଆମେରିକୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାପାଇଁ ପ୍ରାୟ ୮୦୦ ଜଣଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହି ୮୦୦ ଜଣଙ୍କ ମଧ୍ୟରୁ ମାତ୍ର ୧୦ ଜଣ ଆମେରିକା ଫେରିବାପାଇଁ ଚାହିଥିଲେ। ଭାରତରେ ଏବେ ପ୍ରାୟ ୨୪,୦୦୦ ଆମେରିକୀୟ ନାଗରିକ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବ୍ରିଟେନ୍‌ ଏହାର ନାଗରିକଙ୍କୁ ଫେରାଇ ନେବାପାଇଁ ଚଳିତ ସପ୍ତାହରେ ସ୍ବତନ୍ତ୍ର ବିମାନ ଚଳାଇବା ଆରମ୍ଭ କରିଥିବାବେଳେ ଭାରତରେ ଥିବା ପଂଜିକୃତ ପ୍ରାୟ ୩୫,୦୦୦ ବ୍ରିଟେନ୍‌ ନାଗରିକଙ୍କ ମଧ୍ୟରୁ ପ୍ରାୟ ୨୦,୦୦୦ ଫେରିଯିବାପାଇଁ ଚାହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe