‘ଜୟ’ଙ୍କ କମ୍ପାନିରେ ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ, ଅଭିଯୋଗକାରୀ ଅଦାଲତରେ ପ୍ରମାଣ ଦିଅନ୍ତୁ: ଅମିତ ଶାହା

‘ଜୟ’ଙ୍କ କମ୍ପାନିରେ ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ, ଅଭିଯୋଗକାରୀ ଅଦାଲତରେ ପ୍ରମାଣ ଦିଅନ୍ତୁ: ଅମିତ ଶାହା

ଅହମ୍ମଦାବାଦ: ପୁଅ ଜୟ ଶାହାଙ୍କ କମ୍ପାନିର ବ୍ୟବସାୟକୁ ନେଇ ଉଠିଥିବା ବିବାଦକୁ ନେଇ ଅମିତ ଶାହା ଶୁକ୍ରବାର ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ଆୟୋଜିତ ‘ପଞ୍ଚାୟତ ଆଜତକ’ରେ ଚାନେଲର ପରିଚାଳନା ସମ୍ପାଦକ ରାହୁଲ କମ୍ବଲଙ୍କ ପ୍ରଶ୍ନର ଉତ୍ତରରେ ଅମିତ କହିଛନ୍ତି, ଜୟ ଶାହାଙ୍କ କମ୍ପାନିର କାରବାରରେ କୌଣସି ଦୁର୍ନୀତି ହୋଇନାହିଁ।

ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଉପରେ ଦୁର୍ନୀତିି ଅଭିଯୋଗ ଆସିଛି, (ଆଉ ଏହା ଦୁର୍ନୀତିର ଅଭିଯୋଗ ନୁହେଁ, କେହି ମଧ୍ୟ ଏଭଳି ଅଭିଯୋଗ ଆଣି ନାହାନ୍ତି ) କିନ୍ତୁ କଂଗ୍ରେସ ଗୋଟିଏ ବି ମାନହାନୀ କରିନାହିଁ। ଶହେ କୋଟିର ମାନହାନୀ ମକଦ୍ଦମା କାହିଁକି କରି ନାହିଁ? ଯଦି କରି ନାହିଁ କାହିଁକି ସାହାସ କରିପାରି ନାହିଁ?

publive-image

ଅମିତ ଶାହାଙ୍କୁ ପଚରା ଯାଇଥିଲା ଯେ, ଜୟ ଶାହାଙ୍କ କମ୍ପାନିର ଟର୍ଣ୍ଣଓଭର ୫୦ ହଜାରରୁ ବଢ଼ି ୮୦.୫ କୋଟି ଟଙ୍କାରେ ପହଞ୍ଚିଛି। ଅମିତ କହିଥିଲେ, ଆପଣ ଏହି ପ୍ରଶ୍ନ ପଚାରି ଭଲ କରିଛନ୍ତି। ମୁଁ ଆପଣଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ କିଛି ପ୍ରଶ୍ନ ଉଠାଇବାକୁ ଚାହୁଁଛି। ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଉପରେ ଦୁର୍ନୀତିି ଅଭିଯୋଗ ଆସିଛି, (ଆଉ ଏହା ଦୁର୍ନୀତିର ଅଭିଯୋଗ ନୁହେଁ, କେହି ମଧ୍ୟ ଏଭଳି ଅଭିଯୋଗ ଆଣି ନାହାନ୍ତି ) କିନ୍ତୁ କଂଗ୍ରେସ ଗୋଟିଏ ବି ମାନହାନୀ କରିନାହିଁ। ଶହେ କୋଟିର ମାନହାନୀ ମକଦ୍ଦମା କାହିଁକି କରି ନାହିଁ? ଯଦି କରି ନାହିଁ କାହିଁକି ସାହାସ କରିପାରି ନାହିଁ? ଜୟ ଆଜି ଅପରାଧିକ ମାନହାନୀ ମୋକଦ୍ଦମା କରିଛି। ଯେଉଁମାନେ ଅଭିଯୋଗ ଆଣଇଛନ୍ତି ସେମାନେ ଅଦାଲତରେ ପ୍ରମାଣ ଦେବାକୁ ବାଧ୍ୟ ହେବେ।

ମୁଁ ଆରମ୍ଭରୁ ସ୍ପଷ୍ଟ କରୁଛି ଯେ, ଜୟଙ୍କ କମ୍ପାନିର ଗୋଟିଏ ଟଙ୍କାର ବ୍ୟବସାୟ ସରକାରଙ୍କ ସହିତ ହୋଇ ନାହିଁ। କମ୍ପାନି ଗୋଟିଏ ଟଙ୍କା ମଧ୍ୟ ସରକାରଙ୍କ ଠାରୁ ସାହାଯ୍ୟ ନେଇନାହିଁ। ସରକାରଙ୍କ ଠାରୁ ଜମି ନେଇ ନାହିଁ କି ବୋଫର୍ସ ଭଳି ଦଲାଲ ରଖି ନାହିଁ। ଜୟଙ୍କ କମ୍ପାନିରେ ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ ବୋଲି ଶାହା କହିଛନ୍ତି।

ଶାହା କହିଛନ୍ତି, ବିରୋଧୀମାନେ କହୁଛନ୍ତି ଯେ ଜୟଙ୍କ ଟର୍ଣ୍ଣଓଭର ଏତେ ହଜାର ଗୁଣ ବଢ଼ିଯାଇଛି । ଯଦି ଏକ କୋଟି ଟଙ୍କା କୌଣସି କମ୍ପାନିର ହୋଇ ଯାଇଛି, କ’ଣ ଏହାକୁ କୁହାଯିବ ଯେ, କୋଟିଏ ଗୁଣରେ ଟର୍ଣ୍ଣଓଭର ବଢ଼ି ଯାଇଛି। ଏହା ହେଉଛି କମୋଟିଡି ଏକ୍ସଚେଞ୍ଜର ବ୍ୟବସାୟ, ଯେଉଁଥିରେ କି ଟର୍ଣ୍ଣଓଭର ଅଧିକ ହୋଇଥାଏ ଓ ଲାଭ କମ୍‌ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe