ରୋଗୀଙ୍କ ପକେଟକୁ ବାଧିବା ଭଳି ଦାମୀ ମେଡ଼ିସିନ ଲେଖିପାରିବେ ନାହିଁ ଡାକ୍ତର, ଯୋଗୀ ସରକାରଙ୍କ କଡା ନିର୍ଦ୍ଦେଶ

ବିରଳ ରୋଗ ପାଇଁ ଆମଦାନି ଔଷଧ ଉପରୁ ଶୁଳ୍କ ଛାଡ଼

Image Courtesy of The Indian Express

ଲଖନଉ: ମେଡ଼ିସିନ କମ୍ପାନି ପାଖରୁ ଅଧିକ ଅନୁକମ୍ପା ପାଇବା ଆଶାରେ ଅଯଥାରେ ପ୍ରେସକ୍ରିପସନରେ ଦାମୀ ମେଡ଼ିସିନ ଲେଖୁଥିବା ଡାକ୍ତର ସାବଧାନ ହୋଇଯାଆନ୍ତୁ | କାରଣ ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି | ଶସ୍ତାରେ ଭଲ ଔଷଧ ଉପଲବ୍ଧ ଥିବାବେଳେ ଯଦି ଡାକ୍ତର କୌଣସି ଦାମୀ ମେଡ଼ିସିନ ଲେଖନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ | ଉତ୍ତରପ୍ରଦେଶର ଡାକ୍ତରମାନେ ଆଉ ପ୍ରେସକ୍ରିପସନରେ ବ୍ରାଣ୍ଡେଡ୍ ଏବଂ ମହଙ୍ଗା ଔଷଧ ଲେଖି ପାରିବେ ନାହିଁ | ଡାକ୍ତରମାନେ କେବଳ ଜେନେରିକ୍ ମେଡ଼ିସିନ ବା ଜେନେରିକ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଆଦେଶ ଅନୁଯାୟୀ ଡାକ୍ତର ଆଉ ଔଷଧର ନାମ ନୁହେଁ ବରଂ ଜେନେରିକ ମେଡ଼ିସିନ(କମ୍ପୋଜିସନ)ର ନାମ ଲେଖିବେ | ଯଦି ଜଣେ ଡାକ୍ତର ମହଙ୍ଗା ଔଷଧ ଲେଖନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସ୍ୱାସ୍ଥ୍ୟ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଡାକ୍ତର ପ୍ରେସକ୍ରିପସନରେ ବ୍ରାଣ୍ଡେଡ୍ ଔଷଧ ଲେଖିବେ ନାହିଁ। ଏହି ନିର୍ଦ୍ଦେଶ ପାଇବା ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe