ଭାରତ ଛଡ଼ା କୌଣସି ଦେଶ ଅର୍ଥ ଦେଉନାହାନ୍ତି: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ

Advertisment
ଭାରତ ଛଡ଼ା କୌଣସି ଦେଶ ଅର୍ଥ ଦେଉନାହାନ୍ତି: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ

Image Courtesy of India Today

କଲମ୍ବୋ: ଆର୍ଥିକ ସଙ୍କଟ ବେଳେ ଇନ୍ଧନ ନିମନ୍ତେ ଭାରତ ଛଡ଼ା ଅନ୍ୟ କୌଣସି ଦେଶ ଅର୍ଥ ଯୋଗାଇ ଦେଉନାହାନ୍ତି ବୋଲି ବୁଧବାର ଦିନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂହେ କହିଛନ୍ତି।

ଏହାଛଡ଼ା, ଶ୍ରୀଲଙ୍କାକୁ ସହାୟତା ବ୍ୟବସ୍ଥା ଯୋଗାଇଦେବା ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ସେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’କୁ ଅନୁରୋଧ କରିଛନ୍ତି। ସଂସଦରେ ଉଦ୍‌ବୋଧନ ଦେଇ ବିକ୍ରମସିଂହେ କହିଛନ୍ତି, ମଙ୍ଗବାର ଦିନ ସେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ର ପରିଚାଳନା ନିର୍ଦେଶିକା କ୍ରିଷ୍ଟିନା ଜର୍ଜିଭିଆଙ୍କ ସହିତ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରି ଶ୍ରୀଲଙ୍କାର ଆର୍ଥିକ ଆବଶ୍ୟକତା ପ୍ରସଙ୍ଗରେ ସୂଚନା ଦେଇଛି।

publive-image Image Courtesy of Money Control

ସହାୟତା ଆସିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମୁଁ ଆପ୍ରାଣ ଉଦ୍ୟମ ଚଳାଇଛି ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା ଅର୍ଥ ମିଳବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି। ଆଗାମୀ ୬ ମାସ ପାଇଁ ଦେଶକୁ ସଚଳ ରଖିବା ଲାଗି ସେ ୬ ନିୟୁତ ବିଲିୟନ୍‌ ଡଲାର୍‌ ପାଇଁ ଅନୁରୋଧ କରିଛନ୍ତି।

ରାଷ୍ଟ୍ରାୟତ ‘ସିଲୋନ୍‌ ଇଲେକ୍ଟ୍ରିସିଟି ବୋର୍ଡ’ର ଇଞ୍ଜିନିୟର୍‌ମାନଙ୍କର ଯୋଜନାବଦ୍ଧ ଧର୍ମଘଟକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ପ୍ଲାକାର୍ଡ ଧରି ଧର୍ମଘଟ କରନ୍ତୁ, ଦୟାକରି ବିଦ୍ୟୁତ୍‌ କାଟ କରନ୍ତୁ ନାହିଁ। ସେମିତି କଲେ ଭାରତରୁ ସହାୟତା ମାଗିବା ପାଇଁ ମୋତେ କୁହନ୍ତୁ ନାହିଁ। ଇନ୍ଧନ ଏବଂ କୋଇଲା ପାଇଁ ଆମକୁ କୌଣସି ଦେଶ ଅର୍ଥ ଦେଉନାହାନ୍ତି। କେବଳ ଭାରତ ଦେଉଛି। ଆମର ଭାରତୀୟ କ୍ରେଡିଟ୍‌ଲାଇନ୍‌ ଏବେ ଶେଷ ହେବା ପର୍ଯ୍ୟାୟରେ ପହଞ୍ଚିଲାଣି। ଏହାକୁ ବୃଦ୍ଧି କରିବା ଲାଗି ଆମେ ଆଲୋଚନା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe