ଭାରତ ଯେଉଁଭଳି ଭା‌ବେ କରୋନା ସହ ମୁକାବିଲା କରିଛି, ଅନ୍ୟ ଦେଶ ତାହା କରିପାରିବେ ନାହିଁ: ସୁପ୍ରିମକୋର୍ଟ

ଭାରତ ଯେଉଁଭଳି ଭା‌ବେ କରୋନା ସହ ମୁକାବିଲା କରିଛି, ଅନ୍ୟ ଦେଶ ତାହା କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ ସହ ମୁକାବିଲା ପାଇଁ ଭାରତ ସରକାର ନେଇଥିବା ପଦକ୍ଷେପକୁ ଆଜି ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଭାରତ ଯାହା କରିଛି ତାହା ଅନ୍ୟ କୌଣସି ଦେଶ କରିପାରି ନାହାଁନ୍ତି ଏବଂ କରିପାରିବେ ନାହିଁ। କରୋନାଜଡିତ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ବାବଦରେ ସୁପ୍ରିମକୋର୍ଟ ନିଜର ରାୟ ସଂରକ୍ଷିତତ ରଖିବା ସହ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିବା ଜଣାପଡ଼ିଛି। ଆଜି ସୁପ୍ରିମକୋର୍ଟର ଜଷ୍ଟିସ ଏମ.ଆର ଶାହା ଏବଂ ଜଷ୍ଟିସ ଏସ୍ ବୋପନ୍ନାଙ୍କ ଦ୍ୱାରା କରୋନାଜନିତ ମୃତ୍ୟୁ ପାଇଁ ମୃତକର ପରିବାରକୁ କ୍ଷତିପୂରଣ ଦେବା ଉପରେ ଶୁଣାଣି ହୋଇଥିଲା।

ଏହି ସମୟରେ ଜଷ୍ଟିସ ଶାହା କହିଥିଲେ ଯେ, 'ଆଜି ଆମେ ବହୁତ ଖୁସି। ଯେଉଁମାନେ କଷ୍ଟ ପାଇଛନ୍ତି ସେମାନଙ୍କୁ ଏବେ କିଛି ସାନ୍ତ୍ୱନା ମିଳିବ। ସରକାର ସବୁକିଛି କରୁଛନ୍ତି। ଆମେ ଜାଣି ଖୁସି ଯେ, ଦୁଃଖୀ ବ୍ୟକ୍ତିଙ୍କ ଲୁହ ପୋଛିବା ପାଇଁ କିଛି କରାଯାଉଛି। ଆମ ଜନସଂଖ୍ୟାର ଆକାର, ଟିକାକରଣର ମୂଲ୍ୟ, ଅର୍ଥନୈତିକ ପରିସ୍ଥିତି ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଦର୍ଶ ପଦକ୍ଷେପ ନେଇଛନ୍ତି। ଭାରତ ଯାହା କରିଛି, ଅନ୍ୟ କୌଣସି ଦେଶ ତାହା କରିବାକୁ ସକ୍ଷମ ହେବେ ନାହିଁ ବୋଲି ସେ କହିଥିଲେ। ତେବେ ସବୁଠୁ ବଡ଼ କଥା ହେଲା କରୋନାର ଦ୍ୱିତୀୟ ଲହରରେ ଅମ୍ଳଜାନ ଅଭାବ ଏବଂ ପ୍ରସ୍ତୁତି ଅଭାବରୁ କରୋନା ମୃତ୍ୟୁକୁ ନେଇ ସକରାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏମିତି ସମୟ ଆସିଥିଲା ଯେ, ସୁପ୍ରିମକୋର୍ଟଙ୍କୁ ଅମ୍ଲଜାନ ଅଭାବ ଦୂର ପାଇଁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେବାକୁ ପଡ଼ିଥିଲା। ହେଲେ ଏବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ କାମକୁ ପ୍ରଶଂସା କରି ସରକାରଙ୍କ ବଡ଼ ଚିନ୍ତା ଦୂର କରିଛନ୍ତି।

publive-image NDTV.com

ଉଲ୍ଲେଖଯୋଗ୍ୟ, ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ) କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ସୁପାରିଶ କରିଛି। ଏଥିରେ କୁହାଯାଇଛି ଯେ କୋଭିଡ -୧୯ ରିଲିଫ କାର୍ଯ୍ୟରେ ସମ୍ପୃକ୍ତ ଥିବା କିମ୍ବା ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପରିବାରଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ। ଜୁନ ୩୦ରେ ସୁପ୍ରିମକୋର୍ଟଙ୍କଠାରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ଏନଡିଏମଏ ସେପ୍ଟେମ୍ବର ୧୧ରେ ନିର୍ଦ୍ଦେଶାବଳୀ ଜାରି କରିଛି। ତେବେ ଏହି ସହାୟତା କେବଳ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ମୃତ୍ୟୁବରଣ କରିଥିବା ପରିବାରକୁ ନୁହେଁ, ଭବିଷ୍ୟତରେ ଯେଉଁମାନେ କରୋନାରେ ମୃତ୍ୟୁବରଣ କରିବେ ସେମାନଙ୍କୁ ମଧ୍ୟ ଏହି ସହାୟତା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe