‘କୌଣସି ରାଷ୍ଟ୍ର ତା’ ନାଗରିକଙ୍କୁ ମୁତ୍ୟୁବରଣ କରିବାକୁ ଗ୍ୟାସ ଚ୍ୟାମ୍ବର ମଧ୍ୟକୁ ଛାଡ଼େ ନାହିଁ’: ସେପ୍‌ଟିକ୍‌ ଟାଙ୍କି ସଫା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

‘କୌଣସି ରାଷ୍ଟ୍ର ତା’ ନାଗରିକଙ୍କୁ ମୁତ୍ୟୁବରଣ କରିବାକୁ ଗ୍ୟାସ ଚ୍ୟାମ୍ବର ମଧ୍ୟକୁ ଛାଡ଼େ ନାହିଁ’: ସେପ୍‌ଟିକ୍‌ ଟାଙ୍କି ସଫା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

One India

ନୂଆଦିଲ୍ଲୀ: ହାତରେ ସେପ୍‌ଟିକ୍‌ ଟାଙ୍କି ବା ପାଇଖାନା ଟାଙ୍କି ସଫା କରିବା ପାଇଁ ତା’ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ସମୟରେ ଏକାଧିକ ବ୍ୟକ୍ତି ଶ୍ୱାସରୁଦ୍ଧ ହୋଇ ମୁତ୍ୟୁମୁଖରେ ପଡ଼ୁଥିବା ଘଟଣାରେ ସୁପ୍ରିମ୍‌ କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଏ ପ୍ରସଙ୍ଗରେ, କୌଣସି ସଭ୍ୟ ରାଷ୍ଟ୍ର କ’ଣ ତା’ ନାଗରିକମାନଙ୍କୁ ମୁତ୍ୟୁବରଣ କରିବା ପାଇଁ ଗ୍ୟାସ ଚ୍ୟାମ୍ବର ମଧ୍ୟକୁ ଛାଡ଼ି ପାରେ କି ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ ଏପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣି କରିବା କାଳରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏମ୍‌ ଆର୍‌ ଶାହା ଓ ଜଷ୍ଟିସ୍‌ ବି ଆର ଗଭାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏପରି ମତବ୍ୟକ୍ତ କରିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ସାତ ଦଶନ୍ଧି ପରେ ଏବେ ବି ଦେଶରେ ଜାତିଗତ ଭେଦଭାବ ପ୍ରଚଳିତ ଥିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ।

publive-image News Nation

ସେପ୍‌ଟିକ୍‌ ଟାଙ୍କି ବା ପାଇଖାନା ଟାଙ୍କି ସଫା କରିବା ପାଇଁ ତା’ ମଧ୍ୟକୁ ପ୍ରବେଶ କରି ପ୍ରତି ମାସରେ ଦେଶର ବିଭିନ୍ନ ସ୍ଥାନରେ ୪ରୁ ୫ ବ୍ୟକ୍ତି ଶ୍ୱାସରୁଦ୍ଧ ହୋଇ ମୁତ୍ୟୁମୁଖରେ ପଡ଼ୁଥିବା ବେଳେ ସରକାର କାହିଁକି ସେମାନଙ୍କୁ ‘ମାସ୍କ’ ଓ ‘ଅକ୍ସିଜେନ୍‌ ସିଲିଣ୍ଡର’ ଯୋଗାଇ ଦେଉ ନାହାନ୍ତି ବୋଲି କୋର୍ଟରେ ଉପସ୍ଥିତ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ। ଏ ଘଟଣାକୁ ‘ଅମାନୁଷିକ’ ଓ ‘ଅମାନବିକ’ ବୋଲି ଦର୍ଶାଇ ସଭ୍ୟ ରାଷ୍ଟ୍ର କ’ଣ ତା’ ନାଗରିକମାନଙ୍କୁ ମୁତ୍ୟୁବରଣ କରିବା ପାଇଁ କ’ଣ ଗ୍ୟାସ ଚ୍ୟାମ୍ବର ମଧ୍ୟକୁ ଛାଡ଼ି ପାରେ କି ବୋଲି ପ୍ରଶ୍ନ କରିଛନ୍ତି ଆଟର୍ଣ୍ଣି ଜେନେରାଲଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe