ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଭାରତ-ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ: ସେନାମୁଖ୍ୟ

Advertisment
ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଭାରତ-ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ: ସେନାମୁଖ୍ୟ

Image Courtesy of NDTV

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ ବୋଲି ଶୁକ୍ରବାର ଦିନ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱାଣେ ସ୍ପଷ୍ଟ ଭାବେ ଚୀନ୍‌କୁ ସୂଚାଇ ଦେଇଛନ୍ତି। ଏହାଛଡ଼ା, ପୂର୍ବ ଲଦାଖରେ ଯେକୌଣସି ପରିଣାମର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଭାରତର ଏକ ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‌କାରରେ ଜେନେରାଲ୍‌ ନରୱାଣେ କହିଛନ୍ତି, ପୂର୍ବ ଲଦାଖରେ ଚୀନ୍‌ କରୁଥିବା ଦାବି ପ୍ରତି ସମ୍ମାନ ଜଣାଇ ଭାରତ ତା’ ସହ ଆମାୟିକ ଭାବେ ଆଲୋଚନା କରୁଛି।

publive-image Image Courtesy of New Indian Express

୨୦୨୦ ମେ ୫ ତାରିଖରେ ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ସୃଷ୍ଟି ହେବାର ବର୍ଷକୁ ଅଧିକ ସମୟ ଅତିକ୍ରାନ୍ତ କରିଗଲାଣି। ସମ୍ପ୍ରତି ଭାରତ ସେ ଅଞ୍ଚଳର ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଦଖଲକୁ ଆଣିବାରେ ସମର୍ଥ ହୋଇଛି। ଏବେ ମଧ୍ୟ ସେଠାରେ ଯେକୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ନିମନ୍ତେ ଯଥେଷ୍ଟ ଯବାନ ମୁତୟନ ହୋଇଛନ୍ତି।

ଏହାଛଡ଼ା, ଭାରତ ସାମାନ୍ୟତମ ଅଞ୍ଚଳ ହରାଇବ ନାହିଁ କି, ଆଗରୁ ରହି ଆସିଥିବା ଦ୍ବିପାକ୍ଷିକ ସ୍ଥିତାବସ୍ଥା‌ରେ ପରିବର୍ତ୍ତନକୁ ଗ୍ରହଣ କରିବ ନାହିଁ ବୋଲି ଭାରତୀୟ ସେନା ଦୃଢ଼ ନିଶ୍ଚିତ।

ପୂର୍ବ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍ସ୍‌, ଗୋଗ୍ରା ଏବଂ ଦେସ୍ପାଙ୍ଗ୍‌ ଅଞ୍ଚଳରୁ କେବେ ଅଚଳାବସ୍ଥା ହଟିବ ବୋଲି ପଚରା ଯିବାରୁ ସେନାମୁଖ୍ୟ କହିଲେ ଯେ, ସେ ବିଷୟରେ ନିର୍ଦ୍ଦିଷ୍ଟ ସମୟ ଘୋଷଣା କରିବା କଷ୍ଟକର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe