Image Source: India Today
ନୂଆଦିଲ୍ଲୀ: ଆସନ୍ତା ମାସରେ ବିସ୍ଖେକ୍ ଠାରେ ଆୟୋଜନ କରାଯାଉଥିବା ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ୍ ଖାଁ ସହ ସମ୍ଭାବ୍ୟ ବୈଠକ ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ଜୁନ୍ ୧୩-୧୪ ତାରିଖରେ କିର୍ଗିଜ୍ ରାଜଧାନୀ ମୋଦୀ ଯୋଗ ଦେଉଥିବା ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ରେ (ଏସ୍ସିଓ) ଖାଁ ମଧ୍ୟ ଯୋଗ ଦେଉଛନ୍ତି।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଏ ସଂକ୍ରାନ୍ତରେ ନୂତନ ସରକାର ନିଷ୍ପତ୍ତି ଗ୍ରହଣ କରିବେ।
ଗତବର୍ଷ ଅଗଷ୍ଟ ମାସରୁ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇ ସାରିଥିଲେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ କୌଣସି ସାକ୍ଷାତ୍ ହୋଇ ନାହିଁ।
ବିସ୍ଖେକ୍ ଠାରେ ଦୁଇ ନେତା ଭେଟାଭେଟି ହେବେ ବୋଲି ଯେଉଁ ଖବର ଆସୁଛି ତାହା ସମ୍ପୂର୍ଣ୍ଣ କାଳ୍ପନିକ ବୋଲି ଅନ୍ୟ ଏକ ସୂତ୍ରରୁ ଜଣା ପଡ଼ିଛି।
ପଠାନ୍କୋଟ୍ରେ ବାୟୁସେନା ଘାଟିରେ ଜାନୁଆରି ୨୦୧୬ରେ ହୋଇଥିବା ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ। ଆଲୋଚନା ଓ ଆତଙ୍କ ଏକତ୍ର ଚାଲି ପାରିବ ନାହିଁ ବୋଲି କହି ଭାରତ ଆଲୋଚନା କରିବାକୁ ଅଗ୍ରାହ୍ୟ କରି ଆସୁଛି।
ମୋଦୀ ପୁଣି ଥରେ ନିର୍ବାଚିତ ହୋଇଥିବାରୁ ଗତ ରବିବାର ଦିନ ଖାଁ ଫୋନ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ବାଲାକୋଟ୍ ବିମାନ ଆକ୍ରମଣ ପରେ ଏହା ଥିଲା ସେମାନଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ସେମାନଙ୍କର ପ୍ରଥମ କଥାବାର୍ତ୍ତା।
Follow Us